Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟ କଂଗ୍ରେସ SC ସେଲରେ ତିନି କଳାହାଣ୍ଡିଆଙ୍କୁ ଗୁରୁଦାୟିତ୍ୱ

କଳାହାଣ୍ଡି,୦୯/୦୭-ଅଖିଳ ଭାରତୀୟ କଂଗ୍ରେସ କମିଟି ଅନୁସୂଚିତ ଜାତି ବିଭାଗ ସଭାପତି ରାଜେନ୍ଦ୍ର ପାଲ ଗୌତମଙ୍କ ଦ୍ୱାରା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଅନୁସୂଚିତ ଜାତି ବିଭାଗର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି। ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୧୧ ଜଣ ଉପାଧ୍ୟକ୍ଷ, ୩୪ ଜଣ ସାଧାରଣ ସଂପାଦକ, ୪୪ ଜଣ ସଂପାଦକଙ୍କ ନାମ ଘୋଷଣା କରାଯାଇଛି। ସେହିପରି ରାଜ୍ୟର ୧୦ଟି ଜିଲ୍ଲାରେ କଂଗ୍ରେସ ଅନୁସୂଚିତ ଜାତି ବିଭାଗ ସଭାପତିଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି। ତେବେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଗସ୍ତ ପୂର୍ବରୁ ଏହି ଘୋଷଣା ଅତ୍ୟନ୍ତ ଗୁରୁତ୍ୱ ବହନ କରୁଥିବାବେଳେ ଜିଲ୍ଲାର ତିନିଜଣ କଂଗ୍ରେସ ନେତା ଏଥର ରାଜ୍ୟ କମିଟିରେ ସ୍ଥାନ ପାଇଛନ୍ତି। ଯୁବ ଆଇନଜୀବୀ ଓ କଂଗ୍ରେସ ନେତା ଚିତ୍ତ ରଞ୍ଜନ ନିଆଲ ଉପସଭାପତି ଭାବେ ନିଯୁକ୍ତି ପାଇଥିବାବେଳେ ତୃଣମୂଳ ସ୍ତରର ବିଭିନ୍ନ ଜନ ସମସ୍ୟାକୁ ଆୟୁଧ କରି ଲଢେଇ କରୁଥିବା ଦଳିତ ନେତା ସାଉଲ ମଙ୍ଗରାଜ ସାଧାରଣ ସଂପାଦକ ଭାବେ ନିଯୁକ୍ତି ପାଇଛନ୍ତି। ସେହିପରି ଦୀର୍ଘଦିନ ଧରି କଂଗ୍ରେସ ଦଳରେ ସମର୍ପିତ କର୍ମୀ ଭାବେ ରାମଲାଲ ସୁନାନୀଙ୍କୁ ମିଳିଛି ସଂପାଦକ ଦାୟିତ୍ୱ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ