Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨୦୪୭ ସୁଦ୍ଧା ଭାରତ ହେବ ବିକଶିତ ରାଷ୍ଟ୍ର; ରାଜନାଥ ସିଂ

ନୂଆଦିଲ୍ଲୀ: ୨୦୪୭ ସୁଦ୍ଧା ଭାରତ ହେବ ବିକଶିତ ରାଷ୍ଟ୍ର। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ୨୦୪୭ ସୁଦ୍ଧା ଭାରତ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବ। ଏହାସହିତ ପ୍ରତିରକ୍ଷା କ୍ଷେତ୍ରରେ ସାଇବର ବିପଦ ଆଶଙ୍କା ବୃଦ୍ଧି ମଧ୍ୟରେ ଟେକ୍ନୋଲୋଜିର ଅଗ୍ରଗତି ଉପରେ ଗୁରୁତ୍ୱାରୋପ କରାଯାଇଛି। ମହାରାଷ୍ଟ୍ରର ପୁଣେ ଜିଲ୍ଲାରେ ଡିଫେନ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଆଡଭାନ୍ସ ଟେକ୍ନୋଲୋଜି (DIAT) ର ସମାରୋହରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସିଂ କହିଛନ୍ତି ଯେ ଦେଶ ବର୍ତ୍ତମାନ ଆତ୍ମନିର୍ଭରଶୀଳ ହେବାକୁ ଯାଉଛି ଏବଂ ଅର୍ଥନୈତିକ ବିଶେଷଜ୍ଞଙ୍କ ଅନୁଯାୟୀ ୨୦୨୭ ସୁଦ୍ଧା ଭାରତ ବିଶ୍ୱ ଅର୍ଥନୀତିରେ ତୃତୀୟ ସ୍ଥାନରେ ରହିବ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ବିଶ୍ୱ ଦ୍ରୁତ ଗତିରେ ବଦଳୁଛି। ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ଆସୁଛି। ଏହି କ୍ଷେତ୍ରରେ ଅନେକ ବୈଷୟିକ ପରିବର୍ତ୍ତନ ହୋଇପାରେ। ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ଅନେକ ସମସ୍ୟା ଉପୁଜିଛି, ବିଶେଷ କରି ସାଇବର କ୍ଷେତ୍ରରେ ବିପଦ ବୃଦ୍ଧି ପାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ପରିବର୍ତ୍ତିତ ପରିସ୍ଥିତି ସହିତ ଆମକୁ ଟେକ୍ନୋଲୋଜିର ଅପଗ୍ରେଡ୍ ଆଡକୁ ଯିବାକୁ ପଡିବ। ଯଦି ସମସ୍ୟା ଅଛି ତେବେ ତାର ସମାଧାନ ବି ଅଛି। ବର୍ତ୍ତମାନ ଟେକ୍ନୋଲୋଜିର ନବୀକରଣ ପାଇଁ ପ୍ରୟାସ କରାଯିବା ଉଚିତ୍।

More Stories