Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅବସରପ୍ରାପ୍ତ ସିଆରପିଏଫ ଜବାନ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

ବାଲିଗୁଡା, ତା, ୧୨/୦୭:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଘୁମୁସର ଉଦୟଗିରି ବ୍ଲକ ଅଧୀନ ରଟିଙ୍ଗିଆ ଗ୍ରାମପଞ୍ଚାୟତରେ ସିଆରପିଏଫ ଜବାନ ବିକ୍ରମ ନାୟକ ନିଜ ଚାକିରୀ କାଳ ରୁ ଅବସର ନେଇ ନିଜ ଜନ୍ମମାଟିକୁ ଫେରିବା ପରେ ଗ୍ରାମବସୀ ମାନେ ରଟିଙ୍ଗିଆ ଗାସ୍ତିମାହା ଛକ ଠାରୁ ଇନ୍ଦ୍ରଗଡ଼ ଗ୍ରାମ ପର୍ଯ୍ୟନ୍ତ ଏକ ବିରାଟ ଶୋଭାଯାତ୍ରା ରେ ପୁଷ୍ପ ମାଲ୍ୟାର୍ପଣ ପୂର୍ବକ ପୁଷ୍ପଗୁଚ୍ଛ ପ୍ରଦାନ କରି ପାଛୋଟି ନେଇଥିଲେ। ଏଥିରେ ସ୍ଥାନୀୟ ସରପଞ୍ଚ ବିଷ୍ଣୁଦେବ ପ୍ରଧାନ, ମିତ୍ରକା ନାୟକ, ଅଜିତ ନାୟକ, ଜିତେନ୍ଦ୍ର ନାୟକ, ଆମଶ ନାୟକ, ରାଜୁ ନାୟକ, ସମାଜସେବୀ ହୃଷୀକେଶ ପ୍ରଧାନ, ଜିପିଏଲଏଫର ସଦସ୍ୟା ନାମିନି ନାୟକ, ବ୍ଲେସି ପ୍ରଧାନ, ଅନୁପମା ପ୍ରଧାନ ଙ୍କ ସମେତ ଅଞ୍ଚଳର ଶତାଧିକ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ। ପ୍ରକାଶ ଯେ, ବିକ୍ରମ ନାୟକ ୧୯୮୫ ମସିହାରେ ସିଆରପିଏଫ୍‌ରେ ଯୋଗ ଦେଇଥିଲେ। ତାଙ୍କର ଦେଶ ସେବା ଓ ଦେଶରେ ଶାନ୍ତି ବାତାବରଣ ସୃଷ୍ଟି କରିବା ନିମନ୍ତେ ନିଜକୁ ନିୟୋଜିତ କରିଥିବା ହେତୁ ଅବସର ଗ୍ରହଣ କରିବା ପରେ ଅଞ୍ଚଳବାସୀ ଙ୍କ ତରଫରୁ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ