Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପିଇଓ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ରେ ବିଦାୟ ଦେଲେ ଦଣ୍ଡପାଟ ଅଞ୍ଚଳ ର ଜନ ପ୍ରତିନିଧି ସରପଞ୍ଚ ଓ ଗ୍ରାମବାସୀ।

କଳାହାଣ୍ଡି,୧୪/୦୭
ଦୀର୍ଘବର୍ଷ ଧରି ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାବେ ବିଭିନ୍ନ ପଞ୍ଚାୟତ ରେ କାର୍ଯ୍ୟ କରି ଲୋକଙ୍କ ସହ ଉତ୍ତମ ସମ୍ପର୍କ ରଖି ଚାକିରୀ କାର୍ଯ୍ୟକାଲ ସରିବା ପରେ ବିଦାୟ ସମ୍ବର୍ଦ୍ଧନା ରେ ପିଇଓ ଙ୍କୁ ଝୁରି ହେଉଛନ୍ତି ଗ୍ରାମବାସୀ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଧର୍ମଗଡ ବ୍ଲକ ଜୟନ୍ତପୁର ଗ୍ରାମ ପଞ୍ଚାୟତ ଠାରେ। ଏହି ପଞ୍ଚାୟତ ର ପିଇଓ ରଘୁମଣି ଖମାରି ଚାକିରୀ ଜୀବନ ରୁ ଅବସର ନେବାପରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦେଇ ଦଣ୍ଡପାଟ ଅଞ୍ଚଳ ର ଜନ ପ୍ରତିନିଧି ଓ ଗ୍ରାମବାସୀ ମାନେ ବାଜାଗାଯା ବଜାଇ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ବିଦାୟ ଦେଇଛନ୍ତି।
ଧର୍ମଗଡ ବ୍ଲକ ଜୟନ୍ତପୁର ପଞ୍ଚାୟତ ର ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରଘୁମଣି ଖମାରି ଙ୍କ ଗତ ମାସ ୩୦ ତାରିଖରେ ଚାକିରି ଜୀବନ ରୁ ଅଵସର ଗ୍ରହଣ କରିଥିବା ବେଳେ ତାଙ୍କ ନିସ୍ୱାର୍ଥ ସେବା ମନୋଭାବ କୁ ସମ୍ମାନ ଜଣାଇ ଅଞ୍ଚଳ ର ଜନ ପ୍ରତିନିଧି ଓ ଗ୍ରାମବାସୀ ମାନେ ରବିବାର ଦିନ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ। ଏହାପରେ ପିଇଓ ଙ୍କୁ ପଞ୍ଚାୟତ ଗ୍ରାମବାସୀ ମାନେ ତାଙ୍କ ନିଜସ୍ୱ ଗ୍ରାମ କୋକସରା ବ୍ଲକ ର ଡୁଡୁକାଠେଙ୍ଗା କୁ ବାଜାଗଜା ସହ ଛାଡିବାକୁ ଆସିଥିଲେ।ଏହି ଅବସରରେ ଏକ ସମ୍ବର୍ଦ୍ଧନା ସଭା ର ଆୟୋଜନ କରା ଯାଇଥିଲା। ଏହି ସଭା ରେ ଜୟନ୍ତପୁର ସରପଞ୍ଚ ରମଣୀ ଦୁରିଆ, ସ୍ଥାନୀୟ ସରପଞ୍ଚ ହରିପ୍ରିୟା ନାଗ,ମହିମା ସମିତି ସଭ୍ୟ ଘନଶ୍ୟାମ ନାଏକ, ବରିଷ୍ଠ ଆଇନଜୀବୀ ଦିଗାମ୍ବର ଦୁରିଆ, ତେଣ୍ଡାପାଳି ସରପଞ୍ଚ ମିନା ଖମାରି, ସ୍ଥାନୀୟ ବୁଦ୍ଧିଜୀବୀ ବନମାଳୀ ବାଗ, ସମାଜସେବି ସରୋଜିନୀ ପାଣିଗ୍ରାହୀ, ସାବିତ୍ରୀ ନାଏକ,ଜାନକୀ ଜୁଏଡ଼, ଗୌରୀ ସେଠିଆ,ଜୟନ୍ତୀ ବାଗ,ଉଛୁଲା ଗ୍ରାପ ସରପଞ୍ଚ କମଳ ରାଉତ ପ୍ରମୁଖ ଉପସ୍ଥିତ ରହି ଶ୍ରୀ ଖମାରି ଙ୍କ ପଞ୍ଚାୟତ ସ୍ତରରେ କାର୍ଯ୍ୟ ଦକ୍ଷତା ଓ ଲୋକଙ୍କ ସହ ମେଳାପୀ ସମ୍ପର୍କ କୁ ପ୍ରସଂଶା କରିବା ସହ ତାଙ୍କ ଅବସର କାଳୀନ ଜୀବନ ସୁସ୍ଥ ଓ ନିରାମୟ ହେଉ ବୋଳି କହିଥିଲେ। କାର୍ଯ୍ୟକ୍ରମ କୁ ନିଜେ ରଘୁନାଥ ଖମାରି ମଞ୍ଚ ପରିଚାଳନା କରିବା ସହ ସମସ୍ତ ଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ