Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବରିଷ୍ଠ ଶିକ୍ଷାବିତ ହୃଦାନନ୍ଦ ସରାଫ ଙ୍କ ପରଲୋକ।

କଳାହାଣ୍ଡି,୧୪/୦୭
କଳାହାଣ୍ଡି ଜିଲ୍ଲା ଧର୍ମଗଡ ଅଞ୍ଚଳର ଲୋକପ୍ରିୟ ବରିଷ୍ଠ ଶିକ୍ଷାବିତ ହୃଦାନନ୍ଦ ସରାଫ ଙ୍କ ୮୩ ବର୍ଷ ବୟସରେ ପରଲୋକ ହୋଇ ଯାଇଛି।୧୯୮୦ ମସିହାରେ ସେ ଧର୍ମଗଡ ହାଇସ୍କୁଲ ରେ ଶିକ୍ଷକତା ଆରମ୍ଭ କରିଥିଲେ। ଏହା ସହ ସେ ମାଗଣାରେ ଗରିବ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ଦାନ କରି ବେଶ ପ୍ରଶଂସିତ ଥିଲେ।୧୯୯୨ ମସିହାରେ ସେ ସ୍କୁଲ ନିରୀକ୍ଷକ ଭାବରେ ଅବସ୍ଥାପିତ ହୋଇ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉପରେ ଅଞ୍ଚଳର ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ପରାମର୍ଶ ଦେଉଥିଲେ। ସେ କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଲାଞ୍ଜିଗଡ, ଗୋଲାମୁଣ୍ଡା, ଜୁନାଗଡ଼ ଏଵଂ ଧର୍ମଗଡ ବ୍ଲକ ଅଞ୍ଚଳରେ ସେ ଶିକ୍ଷକତା କରିଥଲେ ଓ ଉଚ୍ଚ ପଦାଧିକାରୀଙ୍କ ମହଲରେ ପ୍ରଶଂସିତ ଥିଲେ। ସେ ଗତ କିଛି ମାସ ହେବ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ତାଙ୍କ ଧର୍ମଗଡ ସ୍ଥିତ ବାସ ଭବନ ରେ ଶଯ୍ୟାଶାୟୀ ଥିଲେ। ମୃତ୍ୟୁ ସମୟରେ ତାଙ୍କ ନିକଟରେ ସ୍ତ୍ରୀ, ପାଞ୍ଚ ପୁଅ ନନ୍ଦ କିଶୋର ସରାଫ, ନବ କିଶୋର ସରାଫ, ନରେନ୍ଦ୍ର ସରାଫ, ନବୀନ ସରାଫ, ନଳିନୀ ସରାଫ ଓ ବୋହୂ ମାନେ, ଝିଅ ଜ୍ବାଇଁ, ପରିବାର ବର୍ଗ ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ। ପୈତୃକ ଗ୍ରାମ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଚିଚିଆ ଠାରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଥିଲା। ତାଙ୍କର ବିୟୋଗରେ ଅଞ୍ଚଳରେ ଶୋକ ର ଛାୟା ଖେଳିଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ