Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମି ବିବାଦ କୁ କେନ୍ଦ୍ରକରି ଭାଇ କୁ ହତ୍ୟା କଳା ଭାଇ,ହତ୍ୟା କରି ଥାନା ରେ ଆତ୍ମସମର୍ପଣ।

କଳାହାଣ୍ଡି,୧୫/୦୭
ଜମି ବାଡ଼ି ବିବାଦ କୁ କେନ୍ଦ୍ର କରି ଭାଇ କୁ ହତ୍ୟା କଲା ଭାଇ । ଭାଇ ର ଟାଙ୍ଗିଆ ଆକ୍ରମଣ ରେ ଭାଇ ମୃତ l ମୃତକ ହେଲେ ଗୋକୁଳ କେତକୀ (୫୫) l କେଗାଁ ଥାନା ମହାଳିଙ୍ଗ ଗାଁ ର ଘଟଣା। ଭାଇ କୁ ହତ୍ୟା ପରେ ଭାଇ ର କେଗାଁ ଥାନା କୁ ଯାଇ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି । ସୂଚନା ମତେ ମହାଳିଙ୍ଗ ଗ୍ରାମର କୋଳିଆପଡା ଠାରେ ଥିବା ଏକ ବିଲ ରେ ତିନି ଜଣ ଭାଇ ମିଶି ଚାଷ କାର୍ଯ୍ୟ କରୁଥିଲେ । ତିନି ଜଣ ଭାଇଙ୍କ ମଧ୍ୟରେ ଜମିବାଡ଼ି ବିବାଦ କୁ ନେଇ ପୂର୍ବରୁ ପାଟିତୁଣ୍ଡ ହୋଇଥିଲା । ପୁଣି ଚାଷ କାର୍ଯ୍ୟ ବେଳେ ଜମି ବାଡ଼ି ବିବାଦ କଥା ଉପୁଜିଥିବା ବେଳକୁ ପ୍ରତିଶୋଧ ପରାୟଣ ହୋଇ ସାନ ଭାଇ ନିଜ ବଡ଼ ଭାଇ କୁ ଏକ ଟାଙ୍ଗିଆ ର କାଠ ସାହାଯ୍ୟରେ ମାରି ଦେଇଥିବା ଜଣାପଡିଛି । ହତ୍ୟା କରିବା ପରେ ସାନ ଭାଇ ଚିତ୍ର କେତକୀ କେଗାଁ ଥାନରେ ଯାଇ ଆତ୍ମ ସମର୍ପଣ କରିଛି । ଅନ୍ୟପଟେ ଅଭିଯୁକ୍ତ ଆତ୍ମସମର୍ପଣ କରିବା ପରେ ଅଭିଯୋଗ କୁ ଆଧାର କରି କେଗାଁ ଥାନ ପୁଲିସ ପହଞ୍ଚି ଶବ ଜବତ କରିବା ସହ ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ ଆରମ୍ଭ କରୁଥିବା ଜଣାପଡିଛି । ଏନେଇ କେଗାଁ ଥାନାଧିକାରୀ ମୁକୁନ୍ଦ ନାୟକ ଙ୍କୁ ପଚାରିବାରୁ ତଦନ୍ତ ଚାଲିଛି ତଦନ୍ତ ପରେ ସବିଶେଷ ତଥ୍ୟ ସୂଚନା ଦିଆଯିବ ବୋଳି କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ