ଲଷ୍ମୀ ବସର ଷ୍ଟପେଜ ପରିବର୍ତ୍ତନ କରିବା ପାଇଁ ଦାବୀ


କନ୍ଧମାଳ, ତା, ୧୫/୭ : (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର କୁଏରମାଣ୍ଡୁ ପଞ୍ଚାୟତର ବାରାହାଲା ଗ୍ରାମ ପର୍ଯ୍ୟନ୍ତ ଲଷ୍ମୀ ବସ ଚଳାଚଳ କରିବାକୁ ଦାବୀ ନେଇ ପଞ୍ଚାୟତ ଆଗରେ କୋଏରମାଣ୍ଡୁ ସରପଞ୍ଚ ମାଧବ କହଁରଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କୋଏରମାଣ୍ଡୁ ର ପୂର୍ବତନ ସରପଞ୍ଚ ବିଶ୍ୱରଂଜନ କହଁର, ପୂର୍ବତନ ଉପାଧ୍ୟାକ୍ଷା ସସ୍ମିତା କହଁର ଓ କୋଏରମାଣ୍ଡୁ ର ସମିତି ସଭ୍ୟ ପଞ୍ଚାନନ ଦିଗାଲ ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ ଶତାଧିକରୁ ଊର୍ଦ୍ଧ୍ବ ମହିଳା ଏବଂ ପୁରୁଷ ଯୋଗ ଦେଇଥିଲେ। ସୂଚନା ଯୋଗ୍ୟ ଯେ, ବର୍ତ୍ତମାନ ଲକ୍ଷ୍ମୀ ବସ ଫିରିଙ୍ଗିଆ ଠାରୁ ବାଲନ୍ଦାପଡା ହୋଇ କୁଏରମାଣ୍ଡୁ ପଯ୍ୟନ୍ତ ଯାଉଛି । ତେବେ ଏହି ଲକ୍ଷ୍ମୀ ବସ କୁଏରମାଣ୍ଡୂ ଶେଷ ଷ୍ଟପେଜ ନ ହୋଇ ବାରାହାଲା ଗ୍ରାମ ପଯ୍ୟନ୍ତ ଯାଉ ବୋଲି ଦାବି କରିଥିଲେ। ବାରାହଲା ଠାରୁ କୋଏରମାଣ୍ଡୁ କିଛି ବାଟ ହୋଇଥିବାରୁ ସେଠାରୁ ଓହ୍ଲାଇ ଚାଲି ଚାଲି ଯିବାକୁ ପଢୁଛି । ନଚେତ ଅଟୋରେ ଯିବାକୁ ପଡୁଛି। ତେଣୁ ବାରାହଲା ର ୫୦ ରୁ ଉର୍ଦ୍ଧ ଗ୍ରାମବାସୀ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ଆସି ଏହି ସଂକ୍ରାନ୍ତରେ ଏକ ଦାବିପତ୍ର ଜିଲ୍ଲପାଳଙ୍କୁ ପ୍ରଦାନ କରିଛନ୍ତି।