Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୌମ୍ୟାଶ୍ରୀ ଙ୍କୁ ନ୍ୟାୟ ପ୍ରଦାନ ଦାବି ରେ କୋକସରା ଠାରେ ଓଡ଼ିଶା ବନ୍ଦ।

କଳାହାଣ୍ଡି,୧୭/୦୭
ବାଲେଶ୍ଵର ଏଫ ଏମ କଲେଜ ର ଛାତ୍ରୀ ସୌମ୍ୟାଶ୍ରୀ ବିଶି କଲେଜ ର ଅଧ୍ୟାପକ ଙ୍କ ବିରୋଧ ରେ ଆଣିଥିବା ଯୌନ ଉତ୍ପିଡ଼ନ ରେ ସଂଘର୍ଷ କରି ମଧ୍ୟ ନ୍ୟାୟ ନପାଇ ଶେଷରେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିଲେ। ଏହି ଘଟଣା ରେ ରାଜ୍ୟ ସରକାରଙ୍କୁ ଘେରିଛି କଂଗ୍ରେସ ଓ ଅନ୍ୟ ମିଳିତ ସାମୁଖ୍ୟ, ନ୍ୟାୟ ପ୍ରଦାନ ଦାବି ରେ ଆଜି ଓଡିଶା ବନ୍ଦ ଡାକରା ଦିଆଯାଇଛି।ଏହି ବନ୍ଦ ର ପ୍ରଭାବ ଓଡିଶା ର ସମସ୍ତ ସ୍ଥାନରେ ଦେଖିବାକୁ ମିଳିଛି, କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେ ବନ୍ଦ ର ପ୍ରଭାବ ଦେଖିବାକୁ ମିଳିଛି। ସକାଳୁ କଂଗ୍ରେସ କର୍ମୀମାନେ ରାସ୍ତା ଅବରୋଧ ସହ ଦୋକାନ ବଜାର, ସରକାରୀ ବେସରକାରୀ କାର୍ଯ୍ୟାଳୟ ବନ୍ଦ କରିଛନ୍ତି। କଂଗ୍ରେସ କର୍ମୀମାନେ ରାସ୍ତା ଅବରୋଧ କରିବା ସହ ପିକେଟିଂ ଓ ନାରାବାଜି କରି ରାଜ୍ୟ ସରକାର ଙ୍କୁ ଟାର୍ଗେଟ କରିଛନ୍ତି। ସୌମ୍ୟାଶ୍ରୀ ଙ୍କୁ ମାନସିକ ଚାପ ଦେଇ ମୃତ୍ୟୁ କରିବା ପାଇଁ ବାଧ୍ୟ କରିଥିବା ଦୋଷୀ ଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। କୋକସରା ଠାରେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ ରେ ବ୍ଲକ କଂଗ୍ରେସ ସଭାପତି ଲିଙ୍ଗରାଜ ବେହେରା,ବରିଷ୍ଠ ନେତା ପୁରୁଷୋତ୍ତମ ଗୁପ୍ତା,ନିମାଇଁ ଧଙ୍ଗଡା ମାଝି,ସମ୍ପାଦକ ଅଭିମନ୍ୟୁ ପଟ୍ଟନାୟକ, ଅରୁଣ କୁମାର ମାଝୀ,ତ୍ରିଭୁବନ ନାଏକ,ଭୂଷଣ ମହାନନ୍ଦ, ମହେନ୍ଦ୍ର ଧରୁଆ, ଜିଲ୍ଲା ମହିଳା ନେତ୍ରୀ ରଶ୍ମିରେଖା ରାଉତ, ବ୍ଲକ ସଭାନେତ୍ରୀ ଫୁଲତୋଳା ଖମାରି,ଅନ୍ୟ କର୍ମି ସାମିଲ ରହିଛନ୍ତି। କୋକସରା ପୋଲିସ ଉପସ୍ଥିତ ରହି ଆଇନ ଶୃଙ୍ଖଳା ଉପରେ ସତର୍କ ଦୃଷ୍ଟି ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ