Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବିବାହିତା ମହିଳା ସନ୍ଦେହ ଜନକ ମୃତ୍ୟୁ, ଅଭିଯୋଗ ଆଣିଲେ ବାପ ଘର ଲୋକେ ପୋଲିସ ର ତଦନ୍ତ ଜାରି।

କଳାହାଣ୍ଡି,୧୯/୦୭
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ ପୋଡ଼ାଗୁଡା ଗ୍ରାମ ର ରିକିରାମ ପ୍ରଧାନୀ ଙ୍କ ପତ୍ନୀ ଉର୍ମିଳା ପ୍ରଧାନୀ(୨୫) ଙ୍କୁ ଆଜି ସକାଳ ୭ ଘଣ୍ଟା ସମୟରେ ପରିବାର ଲୋକେ ଗୁରୁତର ଅବସ୍ଥାରେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାକୁ ମୃତ୍ୟୁ ଘୋଷଣା କରିଥିଲେ। ମୃତ ଉର୍ମିଳା ଙ୍କ ସ୍ୱାମୀ କହିବା ଅନୁଯାୟୀ ଆଜି ଗାଧେଇବା ପରେ ଘରକୁ ଆସି ହଠାତ ପଡି ଯାଇ ଗୁରୁତର ହେବାରୁ ଡାକ୍ତରଖାନାରେ ମୃତ୍ୟୁ ହୋଇଥିବା କହିଛନ୍ତି। ତେବେ ଝିଅ ର ମୃତ୍ୟୁ ଖବର ପାଇ ତାଙ୍କ ବାପା ଓ ପରିଜନ ଝିଅ ର ମୃତ୍ୟୁ କୁ ସହଜ ରେ ଗ୍ରହଣ କରି ନପାରି ପୋଲିସ କୁ ଖବର ଦେଇ ଶବ ବ୍ୟବଚ୍ଛେଦ ପାଇଁ ଦାବି କରିଛନ୍ତି। ଧର୍ମଗଡ ଥାନା ଇଚ୍ଛାପୁର ଗ୍ରାମର ରତେ ପୁଝାରି ଙ୍କ ଝିଅ ଉର୍ମିଳା ଆଜିକୁ ୫ ବର୍ଷ ତଳେ ବଡ଼ ପୋଡ଼ାଗୁଡା ଗ୍ରାମ ର ରିକିରାମ ଙ୍କୁ ପ୍ରେମ ବିବାହ କରିଥିଲେ।ଘଟଣାସ୍ଥଳରେ ଆମପାଣି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଶବ ବ୍ୟବଚ୍ଛେଦ ପରେ ପରିବାର କୁ ହସ୍ତାନ୍ତର କରାଯିବ ଓ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁ ର କାରଣ ସ୍ପଷ୍ଟ ହେବ ବୋଳି ସୂଚନା ଦେଇଛି।