Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଦ୍ୟୁତ ଆଘାତ ରେ ମୃତ ଶଳା ଭିଣେଇ ଙ୍କ ପରିବାର କୁ ପଣ୍ଡରା ମାଳି ସମାଜ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଓ ସମବେଦନା ।

କଳାହାଣ୍ଡି,୧୯/୦୭
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ଼ ପୋଡ଼ାଗୁଡା ଗ୍ରାମ ନିକଟରେ ନିଜ ଚାଷଜମି ରେ ପାଣି ମଡାଉଥିବା ସମୟରେ ଗତ ୧୦ ତାରିଖ ଗୁରୁବାର ବିଦ୍ୟୁତ ଆଘାତ ରେ ଆସି ଦୁଇ ଶଳା ଭିଣେଇ ଙ୍କ ଘଟଣାସ୍ଥଳରେ ଶୋଚନୀୟ ମୃତ୍ୟୁ ହୋଇଥିଲା। ସେମାନେ ହେଲେ ବଡ଼ ପୋଡ଼ାଗୁଡା ଗ୍ରାମର ଧନୁର୍ଯ୍ୟ ମଶ୍ରା ଓ କଛାର ପଡା ଗ୍ରାମ ର ଅନିରୁଦ୍ଧ ନାଏକ।ଏହି ଘଟଣା କୁ ନେଇ ଅଞ୍ଚଳ ରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା। ଶନିବାର ଦୁଇ ଦୁଇ ଶଳା ଭିଣେଇ ଙ୍କ ଦଶାହ କାର୍ଯ୍ୟକ୍ରମ ରେ ଜିଲ୍ଲା ପଣ୍ଡରା ମାଳି ସେବା ସଂଘ ପକ୍ଷରୁ ଜିଲ୍ଲା କମିଟି ର କାର୍ଯ୍ୟକାରୀ ସଭାପତି ଉଦିତ କୁମାର ନାଏକ, ସାଧାରଣ ସମ୍ପାଦକ ବିରଞ୍ଚି ବଣିଆ, କୋଷାଧ୍ୟକ୍ଷ ମନୋଜ ନାଏକ, ଜିଲ୍ଲା ସଂଯୋଜକ ସୁମେଶ ବୋଡ଼କିଆ, ମଣିରାମ ନାଏକ, ତୁଲେଶ୍ୱର ନାଏକ କୋକସରା ବ୍ଲକ ସଭାପତି ଭଜମନ ନାଏକ, ସମ୍ପାଦକ କ୍ଷୀରସିନ୍ଧୁ ବୋଡ଼କିଆ, ସହ ସମ୍ପାଦକ ଗୋବର୍ଦ୍ଧନ ନାଏକ, କୋଷାଧ୍ୟକ୍ଷ ସୁବାଷ ନାଏକ, ଆମପାଣି ଯୋନ ସଭାପତି ହରିଶ୍ଚନ୍ଦ୍ର ନାଏକ, ଟଙ୍କଧର ନାଏକ ଜିଲ୍ଲା ଉପସଭାପତି, ମୋଟର ଯୋନ ସଭାପତି ଧନେଶ୍ୱର ନାଏକ, ଉପସଭାପତି ଦୁର୍ବଳ ଲିମଗୋଛିଆ,କୃଷ୍ଣଚନ୍ଦ୍ର ନାଏକ,ହିମାଞ୍ଚଳ ନାଏକ ଦଶାହ ଦିନ ଉପସ୍ଥିତ ରହି ଦୁଇ ପରିବାର କୁ ସ୍ୱାନ୍ତନା ଓ ସମବେଦନା ଜଣେଇବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ