Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡେଙ୍ଗୁ ନିରାକରଣ ଓ ସଚେତନତା ନେଇ ଲଡୁଗାଁ ପିଏଚସି ରେ କର୍ମଶାଳା।

କଳାହାଣ୍ଡି,୧୯/୦୭
କଳାହାଣ୍ଡି ଜିଲ୍ଲା କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ଲଡୁଗାଁ ପିଏଚସି ରେ ଶନିବାର ଡେଙ୍ଗୁ ନିରାକରଣ ଓ ସଚେତନତା ନେଇ ଏକ କର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼. ତତ୍ୱଦର୍ଶୀ ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ସମ୍ମାନିତ ଅତିଥି ଭାବେ ସମାଜସେବି ଦୁର୍ଗା ପ୍ରସାଦ ଅଗ୍ରୱାଲ,ଜିଲ୍ଲା ଏଡିପିଏଚଓ ଡ଼. ନିହାରେନ୍ଦ୍ର ପଣ୍ଡା,ଭିବିଡିସି ଦିନେଶ ପ୍ରହରାଜ, ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୋକସରା ପିଏଚଇଓ ଶର୍ମିଳା ଛତ୍ରୀଆ, ବିପିଏମ ସୁରଜିତ ସିଂ କୁମାର, ଭିବିଡିଟିଏସ ଦୁଷ୍ମନ୍ତ ରାଉତ, ଏସ ଟି ଏସ ଆମୋଦ ଚନ୍ଦ୍ର ଗୋଲାପ,ଏମପିଏଚଏସ କେତନ ପାତ୍ର ଉପସ୍ଥିତ ରହି ଡେଙ୍ଗୁ ନିରାକରଣ ଓ ସଚେତନତା ନେଇ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ବର୍ତ୍ତମାନ ବର୍ଷା ଋତୁ ଆରମ୍ଭ ହୋଇଥିବା ବେଳେ ବିଗତ ବର୍ଷ ରେ ଲଡୁଗାଁ ରେ ଡେଙ୍ଗୁ ସଂକ୍ରମଣ ର ହଟସ୍ପଟ ପାଳଟିଥିବା ବେଳେ ଅନେକ ରୋଗୀ ସଂକ୍ରମିତ ହୋଇଥିଲେ। ଲଡୁଗାଁ ଏକ କ୍ରମ ବର୍ଦ୍ଧିତ ସହର ଓ ବ୍ୟବସାୟିକ ପେଣ୍ଠସ୍ଥଳି ସହ ଅନେକ କଳ କାରଖାନା, ଶିଳ୍ପାନୁଷ୍ଠାନ ରହିଥିବା କାରଣ ରୁ ଏହାରେ ଡେଙ୍ଗୁ ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଥିବା କାରଣରୁ ଡେଙ୍ଗୁ ନିରାକରଣ ନେଇ ଲୋକଙ୍କୁ ସଚେତନତା କରିବା ପାଇଁ ସ୍ୱାସ୍ଥ୍ୟ କର୍ମି ନିୟୋଜିତ ରହିବେ ବୋଲି କହିଥିଲେ। ଏହି କର୍ମଶାଳା ରେ ଆଶା କର୍ମି ଆଙ୍ଗନବାଡ଼ି କର୍ମୀମାନେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ