Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କୁଟ୍ରୁ ନାବାଳିକା ପିଡିତା ପରିବାର କୁ ଭେଟିଲେ କଂଗ୍ରେସ ତଥ୍ୟ ଅନୁସନ୍ଧାନ କମିଟିର ପ୍ରତିନିଧି ଦଳ।

କଳାହାଣ୍ଡି,୨୨/୦୭
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ କୁଟ୍ରୁ ଗ୍ରାମ ର ଜଣେ ପଛୁଆ ବର୍ଗର ନାବାଳିକା ଦୁଷ୍କର୍ମ ର ଶିକାର ହୋଇଥିବା ବେଳେ ଆମପାଣି ଥାନା ରେ ପିଡିତା ପକ୍ଷରୁ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ କୁଟ୍ରୁ ଗ୍ରାମ ବାଘଝରନ ପଡା ର ଯୁବକ ନକୁଳ ବେହେରା କୁ ଗିରଫ କରି ଏହି ଘଟଣା କୋର୍ଟ ଚାଲାଣ କରିଛି।
ତେବେ ଏହି ସମ୍ବେଦନଶୀଳ ଘଟଣା କୁ ନେଇ ମହିଳା ଓ ନାବାଳିକା ଙ୍କ ଉପରେ ବୃଦ୍ଧି ପାଉଥିବା ଯୌନ ଉତ୍ପୀଡ଼ନ କୁ ରାଜ୍ୟ କଂଗ୍ରେସ ଦଳ ପକ୍ଷରୁ ତୀବ୍ର ସମାଲୋଚନା କରିବା ସହ ପିଡିତା ଙ୍କ ପ୍ରତି ରାଜ୍ୟ ସରକାର ଙ୍କ ଅବହେଳା କୁ ନେଇ ତୁମ୍ବି ତୋଫାନ ଜାରି ରହିଛି। ଏହି ପରିପ୍ରେକ୍ଷୀ ରେ ଜିଲ୍ଲା କଂଗ୍ରେସ କମିଟିର ନିର୍ଦେଶ ରେ ମଙ୍ଗଳବାର କଳାହାଣ୍ଡି ଜିଲ୍ଲା କଂଗ୍ରେସ ର ତଥ୍ୟ ଅନୁସନ୍ଧାନ କମିଟି ର ଅଧ୍ୟକ୍ଷା ଦ୍ରୋପଦି ମାଝୀ ଙ୍କ ନେତୃତ୍ୱରେ କର୍ମକର୍ତ୍ତା ମାନେ କୁଟ୍ରୁ ଗ୍ରାମ ରେ ପହଞ୍ଚି ନାବାଳିକା ପୀଡ଼ିତା ପରିବାର ଙ୍କୁ ସାକ୍ଷାତ କରିବା ସହ ପରିବାର ପ୍ରତି ସମବେଦନା ପ୍ରକାଶ କରିବା ସହ କଂଗ୍ରେସ ଦଳ ସବୁବେଳେ ପିଡିତା ଙ୍କୁ ନ୍ୟାୟ ପ୍ରଦାନ ଦାବି ରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହ ଦୋଷୀ ଙ୍କୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପିଡିତ ପରିବାର ସହ ରହିଛି ବୋଳି ଆଶ୍ୱାସନା ଦେବାସହ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ।
କଂଗ୍ରେସ ର ଏହି ପ୍ରତିନିଧି ଦଳ ରେ ଜ୍ୟୋତ୍ସ୍ନାମୟୀ ବଗର୍ତ୍ତି,ମନ୍ଦାକିନି ବାଣୁଆ, ମାଣିକ୍ୟ ସୁନା, ବ୍ଲକ ସଭାପତି ଲିଙ୍ଗରାଜ ବେହେରା, ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ବେଣୁପାଣି ଦୁର୍ଗା,ଯୋନ ସଭାପତି ଆମପାଣି ହରିଶ୍ଚନ୍ଦ୍ର ନାଏକ, ତ୍ରିଭୁବନ ନାଏକ,ଅରୁଣ କୁମାର ମାଝୀ,ଟିକିଚନ୍ଦ୍ର ଧଙ୍ଗଡା ମାଝୀ, ଅଜୟ କୁମାର ପଣ୍ଡା, ମନୋରଞ୍ଜନ ବାଣୁଆ ପ୍ରମୁଖ ଉପସ୍ଥିତ ଥିଲେ।