Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କାଳୀକୃଷ୍ଣ ସଂଘର ବୃକ୍ଷ ରୋପଣ, (ବୃକ୍ଷ ଜୀବନ ଓ ଜଗତକୁ ସଂରକ୍ଷଣ ଓ ସଂରଚନା କରେ)

କଳାହାଣ୍ଡି,୨୨/୦୭
ସଦଗୁରୁଦେବ ସ୍ବାମୀ ସତ୍ୟାନନ୍ଦ ସରସ୍ଵତୀ ମହାରାଜଙ୍କ ପବିତ୍ର ୮୩ତମ ଧରାବତରଣର ପାଞ୍ଚଦିନ ବ୍ୟାପି କାର୍ଯ୍ୟକ୍ରମରେ ବୃକ୍ଷ ରୋପଣ ଓ ସତସଙ୍ଗ କନ୍ଦାଗଡ, ଆମପାଣି ଠାରେ ଅନୁଷ୍ଠିତ ହୋଇଯାଇଛି। ସଂଘ ପରିଚାଳକ ପୂଜ୍ୟଶ୍ରୀ ଜଗଦାନନ୍ଦଜୀ ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପାଞ୍ଚଦିନ ବ୍ୟାପି ବିଭିନ୍ନ ସାମାଜିକ ସେବା ଓଡ଼ିଶା ଓ ଓଡ଼ିଶା ବାହାରେ ୧୦୦୮ବୃକ୍ଷ ରୋପଣ କରି ବଞ୍ଚାଇବା, ଦୃଷ୍ଟି ବାଧିତ ବିଦ୍ୟାଳୟ କୋରାପୁଟ ଓ ବିଭିନ୍ନ ଅନଥାଶ୍ରମ ଅନ୍ତେବାସୀଙ୍କ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ପ୍ରଦାନ, ଶାବର ଶ୍ରୀକ୍ଷେତ୍ରର, ଭୁବନେଶ୍ଵର ଓ ବିଭିନ୍ନ ସ୍ଥାନରେ ଅନ୍ନ ପ୍ରସାଦ ବଣ୍ଟନ, ଡାକ୍ତରଖାନାମାନଙ୍କରେ ଚିକିତ୍ସିତ ରୋଗିଙ୍କୁ ଫଳ ବଣ୍ଟନ, ବିଦ୍ୟାର୍ଥୀମାନଙ୍କୁ ପାଠ୍ୟ ଉପକରଣ ବଣ୍ଟନ, ବିଭିନ୍ନ ସ୍ଥାନରେ ଅନ୍ନ, ବସ୍ତ୍ର ସେବା, ଧର୍ମଗଡ଼ ରକ୍ତଦାନ ଶିବିର ଓ ବ୍ୟକ୍ତିଗତ ଭାବରେ ରକ୍ତଦାନ , ଆଧ୍ୟାତ୍ମିକ ପରିକ୍ରମା ଓ ସତସଙ୍ଗ ମାଧ୍ୟମରେ ସାମାଜିକ ସଚେତନତା ଆୟୋଜନ, ଜୟପୁର କାଳୀକୃଷ୍ଣ ମନ୍ଦିରରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ସଂଘ ପରିଚାଳକ ପୂଜ୍ୟଶ୍ରୀ ଜଗଦାନନ୍ଦଜୀ ମାର୍ଗଦର୍ଶନରେ ଆୟୋଜିତ ପ୍ରତ୍ୟେକ କାର୍ଯ୍ୟକ୍ରମ ସଫଳ ହେବା ପଛରେ ସଦଗୁରୁଦେବ ସତ୍ୟାନନ୍ଦ ସରସ୍ଵତୀ ମହାରାଜ , ବନ୍ଦନୀୟା ଗୁରୁମାତା ସରୋଜିନୀ ଦେବୀ ଓ ଶ୍ରୀ ବଳଦେବାନନ୍ଦଙ୍କର କୃପା ଆଶିର୍ବାଦରେ ରହିଅଛି। କନ୍ଦାଗଡ ସ୍ଥିତ ମେଳା ଓ ପ୍ରାର୍ଥନା କେନ୍ଦ୍ର ଠାରେ ଦିବ୍ୟ ସତସଙ୍ଗ ମାଧ୍ୟମରେ ପୂଜ୍ୟ ଶ୍ରୀ ଜଗଦାନନ୍ଦଜୀ ମହାରାଜ କହିଥିଲେ: ଚଳିତ ବର୍ଷ କାଳୀକୃଷ୍ଣ ସଂଘ ଓଡିଶା ସହିତି ଭାରତର ବିଭିନ୍ନ ରାଜ୍ୟ ଓ ବିଦେଶରେ ବୃକ୍ଷ ରୋପଣ କରି ପରିବେଶ ବଞ୍ଚାଇବା ପାଇଁ ପ୍ରାୟସ କରାଯାଇଛି। ପରିବେଶ ପ୍ରଦୂଷଣ ରୋକିବା ପାଇଁ ଥରେ ବ୍ୟବହାର ପ୍ଲାଷ୍ଟିକ ବ୍ୟବହାର ନକରିବା ପାଇଁ ପରାମର୍ଶ ଦେଇଥିଲେ। ପରେ ପରେ ସ୍ଥାନୀୟ ଶିଶୁ ମନ୍ଦିର ଓ ସିଉନୀ ମାଧ୍ୟମିକ ବିଦ୍ୟାଳୟ ଠାରେ ପୂଜ୍ୟ ଶ୍ରୀ ଜଗଦାନନ୍ଦଜୀ ବୃକ୍ଷରୋପଣ କରି ଛାତ୍ରଛାତ୍ରୀଙ୍କୁ ବୃକ୍ଷର ଉପକାରିତା ସଂପର୍କରେ ଅବଗତ କରାଇଥିଲେ। ଏହି ଅବସରରେ ମିଡିଆ ଜଗତରେ କାଳୀକୃଷ୍ଣ ସଂଘ ଫେସବୁକର ନବବର୍ଷ ପୂରଣର ସଫଳତା ପାଳନ କରାଯାଇଥିଲା। ସଂଘର ଶ୍ରୀ ପ୍ରିୟାନନ୍ଦ, ଶ୍ରୀ ଗିରାଜନନ୍ଦ, ଶ୍ରୀ ମୁକୁନ୍ଦାନନ୍ଦ,ଶ୍ରୀ ମାଧବାନନ୍ଦ , ଶ୍ରୀ ଜିତେନ୍ଦ୍ର କୁମାର ପଣ୍ଡା,ତନୁକଲାଲ ନାଗ, ନବୀନ ରାଉତ, ସଦାଶିବ ମହାରଣା,ସୁଶାନ୍ତ ମେହେର, ଗଣେଶ ଅଗସ୍ତି , ସୁଜିତ ଠାକୁର , ତ୍ରିନାଥ ପ୍ରଶନ୍ନ, ଦେବାଶିଷ ପଣ୍ଡା ରାୟ, ଗିରିଶ ସରାବୁ,ସୋନୁ କୁମାର ଅଗ୍ରୱାଲ , ଦିଲ୍ଲିପ ଠାକୁର ଉପସ୍ଥିତ ରହିଥିବାବେଳେ କନ୍ଦାଗଡ ଶାଖା ସଂଘର ଗୋବିନ୍ଦ ମାଝୀ, ଛନ୍ଦା ଚରଣ ଧଙ୍ଗଡାମାଝୀ, ଟୁନୁ ମାଝୀ, ଲଛିମ ମାଝୀ, ଶବର ଚଳାନ, ତପନ ନାଏକ,ଅଜିତ କାଣ୍ଡ, ଗୌରାଙ୍ଗ ପୁଝାରୀ ତଥା କର୍ମକର୍ତ୍ତା ଓ ଭାଇ ଭଉଣୀମାନେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।