Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଶାର ୧୧ ନୂଆ ବ୍ଲକ ଆକାଂକ୍ଷୀ ବ୍ଲକରେ ସାମିଲ

ଭୁବନେଶ୍ୱର: ଓଡ଼ିଶାର ୧୧ ନୂଆ ବ୍ଲକ ନୀତି ଆୟୋଗ ଦ୍ୱାରା ଆକାଂକ୍ଷୀ ବ୍ଲକ ଯୋଜନାରେ ସାମିଲ ହୋଇଛି।

କେନ୍ଦୁଝର ଜିଲ୍ଲାର ୫ଟି ବ୍ଲକ ଓ ମୟୂରଭଞ୍ଜ ଜିଲ୍ଲାର ୬ଟି ନୂଆ ବ୍ଲକ ସାମିଲ ହୋଇଛି। ବର୍ତ୍ତମାନ ଓଡ଼ିଶାର ସମୁଦାୟ ୪୦ଟି ବ୍ଲକ ଆକାଂକ୍ଷୀ ବ୍ଲକରେ ପରିଣତ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ଗ୍ରହଣ କରି ନୀତି ଆୟୋଗ ଏହି ବ୍ଲକ ଗୁଡିକୁ ଆକାଂକ୍ଷୀ ଯୋଜନାରେ ସାମିଲ କରିଛି।

ଆକାଂକ୍ଷୀ ଯୋଜନାରେ ସାମିଲ ଜିଲ୍ଲା ଗୁଡ଼ିକ ମଧ୍ୟରେ କେନ୍ଦୁଝରର ଚମ୍ପୁଆ, ଝୁମ୍ପୁରା, କେନ୍ଦୁଝର ସଦର, ପାଟଣା ଓ ତେଲକୋଇ ଏବଂ ମୟୂରଭଞ୍ଜର ବହଳଦା, ବିଜାତଳା, ଜାମଡ଼ା, କୁସୁମୀ, ରାଇରଙ୍ଗପୁର ଓ ତିରିଙ୍ଗି। ନୀତି ଆୟୋଗ ପକ୍ଷରୁ ଏ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି।