Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୃକ୍ଷରୋପଣ ପାଇଁ ସଚେତନତା ସୃଷ୍ଟି କାର୍ଯ୍ୟକ୍ରମ।

କାଳୀକୃଷ୍ଣ ସଂଘର ପରିଚାଳକ ଶ୍ରୀ ଜଗଦାନନ୍ଦଜୀ ମହାରାଜ ଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶା ସାରା ବିଭିନ୍ନ ଜିଲ୍ଲା ବ୍ୟାପୀ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଉଛି ।ଋତୁକାଳୀନ ବୃଷ୍ଟି ବହୁଳ ସମୟ କୁ ଅନୁଧ୍ୟାନ କରି ଗଛ ଲଗାଇବାକୁ ନେଇ ତୀବ୍ରତର ଭାବରେ ପ୍ରୟାସ କରାଯାଉଛି ।ଦୀର୍ଘ ୮ ବର୍ଷ ଧରି ପରିବେଶ ସୁରକ୍ଷା ତଥା ସୁସ୍ଥ ପରିବେଶ ପାଇଁ ବିଭିନ୍ନ ସଚେତନତା ସହ ଏହି ଉଦ୍ୟମ ଜାରି ରହିଛି । ମୃତ୍ତିକା ସଂରକ୍ଷଣ ,ବୃକ୍ଷ ସୁରକ୍ଷା ,ଜଳ ସୁରକ୍ଷା ଦିଗରେ ଅହରହ ଭାବରେ ଜଗଦାନନ୍ଦଜୀ ଙ୍କ ପ୍ରୟାସ କୁ ବ୍ୟାପକ କରିବାକୁ ନେଇ କୋରାପୁଟ ଜିଲ୍ଲା,ନବରଙ୍ଗପୁର ଜିଲ୍ଲା,କୋରାପୁଟ ଜିଲ୍ଲା ର ବିଭିନ୍ନ ଗାଁ ଠୁ ସହର ଯାଏ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଜାରି ରହିଛି ।ଗତ ପାଞ୍ଚ ଦିନଧରି ଏହି ସଚେତନତା ଧର୍ମି ବୃକ୍ଷ ରୋପଣ ଏବଂ ତାର ରକ୍ଷଣାବେକ୍ଷଣ କୁ ଅତ୍ୟନ୍ତ ଗୁରୁତ୍ୱର ସହ ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ଚେଷ୍ଟା କରାଯାଉଛି । ସଂଘ ପ୍ରତିଷ୍ଠାତା ସ୍ବାମୀ ସତ୍ୟାନନ୍ଦ ସରସ୍ଵତୀ ମହାଭାଗ ଙ୍କ ଜନ୍ମୋତ୍ସବ ଜୁଲାଇ ୨୦ କୁ ନେଇ ସମସ୍ତ ଅନୁଗାମୀ ବୃକ୍ଷ ରୋପଣ କରିଥିଲେ । ଉକ୍ତ ତିନି ଜିଲ୍ଲାବାଦ୍ ରେ ଆମେରିକା , ଦିଲ୍ଲୀ,ବାଙ୍ଗାଲୋର, ପୁରୀ,କେଉଁଝର, ଯାଜପୁର,ବ୍ରହ୍ମପୁର, ସହ ଆଜି ଭୁବନେଶ୍ୱର ଠାରେ ମଧ୍ୟ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହୋଇଥିଲା । ଭୁବନେଶ୍ୱର ରେ ଅବସ୍ଥିତ ଭଗବାନପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ସଂଘ ର ବରିଷ୍ଠ ଶିଷ୍ୟା ଅମିତା ମିଶ୍ର ଙ୍କ ତତ୍ତ୍ଵାବଧାନ ଏବଂ ପ୍ରଚେଷ୍ଟା ରେ ଏହି କାର୍ଯ୍ୟକ୍ରମ ଟିକୁ ଜନ୍ମେଜୟ ଦାଶ,ସୂର୍ଯ୍ୟକାନ୍ତ ବେହେରା ଙ୍କ ସମେତ ବିଦ୍ୟାଳୟ ଅଧିନସ୍ତ ପ୍ରଧାନ ଶିକ୍ଷୟତ୍ରୀ କଳ୍ପନା ବେହେରା ମହୋଦୟା ଏବଂ କର୍ମ ଚାରୀ ବୃନ୍ଦ ଉପସ୍ଥିତ ରହି ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ