Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧର୍ମଗଡ ରେ ନୂତନ ଏସଡିପିଓ ଙ୍କ ଯୋଗଦାନ।

କଳାହାଣ୍ଡି,୨୩/୦୭
ଧର୍ମଗଡ ଉପଖଣ୍ଡ ର ନୂତନ ଏସଡିପିଓ ଭାବେ ଡୋଳାମଣି ଭୋଇ ଆଜି କାର୍ଯ୍ଯ ରେ ଯୋଗ ଦେଇ ଛନ୍ତି । ଏଠାରେ କାର୍ଯ୍ୟରତ ଏସଡିପିଓ ମନୋଜ କୁମାର ବେହେରା ଙ୍କ ଲକ୍ଷ୍ମୀପୁ୍ର କୁ ଏସଡିପିଓ ଭାବେ ବଦଳି ହେବା ପରେ ଶ୍ରୀ ଭୋଇ ଆଜି କାର୍ଯ୍ୟ ରେ ଯୋଗ ଦେଇଛନ୍ତି । ଶ୍ରୀ ଭୋଇ ଏଥି ପୂର୍ବ ରୁ କେନ୍ଦୁଝର ଜିଲ୍ଲା ରେ ଡି ଏସ ପି (ପିସିଆର ସେଲ) ଭାବେ କାର୍ଯ୍ୟରତ ଥିଲେ । ନବ ନିଯୁକ୍ତ ଏସଡିପିଓ ଙ୍କୁ ଧର୍ମଗଡ ବ୍ୟବସାୟୀ ସଂଘ ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ସଂଘ ର ସଭାପତି ବିଦ୍ୟାଧର ସାହୁ, ଉପସଭାପତି ନରେଶ କୁମାର ଅଗ୍ରୱାଲ, ଯଶୋବନ୍ତ ମେହେର, ସହ ସମ୍ପାଦକ ଅତୁଲ୍ୟ କୁମାର ମେହେର, ଶ୍ରବଣ କୁମାର ଅଗ୍ରୱାଲ, କୋଷାଧ୍ୟକ୍ଷ ସରୋଜ କୁମାର ସାହୁ, ବରିଷ୍ଠ ସଦସ୍ୟ ଶୁକଲାଲ ଅଗ୍ରୱାଲ, ସାମ୍ୱାଦିକ ବୈଦ୍ୟନାଥ ବେହେରା, ଜଗନ୍ନାଥ ସେବା ସମିତି ସଭାପତି ବିଷ୍ଣୁ ପ୍ରସାଦ ଅଗ୍ରୱାଲ ପ୍ରମୁଖ ଏସଡିପିଓ ଶ୍ରୀ ଭୋଇ ଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ଵାଗତ କରି ଥିଲେ । ଏହି ଅବସର ରେ ଧର୍ମଗଡ ସହର ରେ ଥିବା ଟ୍ରାଫିକ ସମସ୍ୟା ର ନିୟନ୍ତ୍ରଣ, ପୁଲିସ ର ରାତ୍ରୀକାଳୀନ ପେଟ୍ରୋଲିଂ, ସମେତ ଅନ୍ୟାନ୍ୟ ବିଷୟ ଉପରେ ଆଲୋଚନା କରିଥିଲେ । ଅଞ୍ଚଳ ରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ସୁଦୃଢ଼ ପାଇଁ ଏସ ଡି ପି ଓ ଶ୍ରୀ ଭୋଇ ମଧ୍ଯ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ