କଳାହାଣ୍ଡି,୨୩/୦୭
ସବୁବେଳେ ଜନ ସାଧାରଣ ଙ୍କ ସୁଖଦୁଃଖ ରେ ଛାଇ ପରି ଛିଡା ହୋଇ ସମବେଦନା ଓ ପୀଡିତ ପରିବାର କୁ ସାହସ ଦେଉଥିବା ଜନ ପ୍ରତିନିଧି କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଜନସେବା ପାଇଁ ଏକ ଚର୍ଚ୍ଚିତ ବ୍ୟକ୍ତିତ୍ୱ ଭାବେ ଅଞ୍ଚଳ ରେ ଜଣାଶୁଣା। ଗତ କିଛିଦିନ ତଳେ ବ୍ଲକ ର ଡୁଡୁକାଠେଙ୍ଗା ଗ୍ରାମରେ ଜଣେ ଗରିବ ଭିନ୍ନକ୍ଷମ ଲିଙ୍ଗରାଜ ବେଶ୍ରା ଙ୍କ ଘରେ କୌଣସି କାରଣରୁ ନିଆଁ ଲାଗି ଘର ର ଆସବାବପତ୍ର ପୋଡି ନଷ୍ଟ ହୋଇ ଯାଇଥିଲା। ଏହି ଖବର ପରେ ପୀଡିତ ଲିଙ୍ଗରାଜ ବେଶ୍ରା ବ୍ଲକ ଉପାଧ୍ୟକ୍ଷ ଙ୍କୁ ଫୋନ ରେ ଯୋଗାଯୋଗ କରିବା ପରେ ତୁରନ୍ତ ପରିବାର ନିକଟରେ ପହଞ୍ଚି ସ୍ଥାନୀୟ ରାଜସ୍ବ ନିରୀକ୍ଷକ ଓ ତହସିଲଦାର ଙ୍କୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ ଓ ପୀଡିତ ପରିବାର କୁ କିଛି ଆର୍ଥିକ ସହାୟତା ସହ ବ୍ଲକ ପ୍ରଶାସନ ସହ ଆଲୋଚନା କରି ଅନ୍ତାଦୟ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ଓ ସରକାରୀ ସ୍ତରରେ ସାହାଯ୍ୟ କରିବା ପାଇଁ ହାତ ବଢ଼ାଇଛନ୍ତି।ଉପାଧ୍ୟକ୍ଷ ଙ୍କ ଏହି ସେବା ମନୋଭାବ କୁ ନେଇ ସ୍ଥାନୀୟ ଗ୍ରାମବାସୀମାନେ କୃତଜ୍ଞତା ଜଣାଇଛନ୍ତି।
ଘରପୋଡି ବିପନ୍ନ ପରିବାର କୁ ସହାୟତା ର ହାତ ବଢ଼ାଇଲେ କୋକସରା ବ୍ଲକ ଉପାଧ୍ୟକ୍ଷ।
