Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିକାଶ ନର୍ସିଂ କଲେଜ ପକ୍ଷୀ ଫୁଫଗାଁ ରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ।ଅନୁଷ୍ଠିତ।

କୋକସରା,୨୭/୦୭
ସଶକ୍ତ ନାରୀ, ସଶକ୍ତ ଦେଶ ନାମକ ଅଭିଯାନ ରାଷ୍ଟ୍ର ଗଠନରେ ନୂଆ ମାନଦଣ୍ଡ ନେଇ ୨୭ ଜୁଲାଇ ବିକଶିତ ଓଡ଼ିଶା ବିକଶିତ ଭାରତ (୨୦୩୬–୨୦୪୭) ଦୃଷ୍ଟିକୋଣକୁ କେନ୍ଦ୍ରବିନ୍ଦୁ କରି ବିକାଶ ନର୍ସିଂ କଲେଜ, ଭବାନୀପାଟଣା ଏକ ବ୍ୟାପକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ସଶକ୍ତ ନାରୀ, ସଶକ୍ତ ଦେଶ ବିଶେଷ ଅଭିଯାନ ଆୟୋଜନ କରିଛି। ଏହି କାର୍ଯ୍ୟକ୍ରମରେ ଦେଶ ଗଠନରେ ନାରୀଙ୍କ ଭୂମିକାକୁ ଗୁରୁତ୍ୱ ଦିଆ ଯିବାସହ ଅଭିଯାନରେ ଛାତ୍ରଛାତ୍ରୀ ଓ ଶିକ୍ଷକ ମାନେ କୋକସରା ବ୍ଲକ ଫୁଫଗାଁ ଗ୍ରାମ ରେ ପହଞ୍ଚି ସ୍ଥାନୀୟ ମହିଳା ଓ ପରିବାର ମାନଙ୍କୁ ସ୍ୱାସ୍ଥ୍ୟ ଓ ପୋଷଣ ବିଷୟରେ ସଚେତନ କରିଥିଲେ। ଏହି ସଚେତନତା କାର୍ଯ୍ୟକ୍ରମ ରେ ମାସିକ ଶୂତ୍ରତା ଓ ସ୍ୱଚ୍ଛତା, ଗର୍ଭାବସ୍ଥା ଓ ଜନ୍ମପରବର୍ତ୍ତୀ ଯତ୍ନ, ଶିଶୁ ପୋଷଣ ଓ ବୃଦ୍ଧି, ଓ ଦାମ୍ପତ୍ୟ ଓ ପାରିବାରିକ ଯତ୍ନ ବିଷୟରେ ଅବଗତ କରାଯାଇଥିଲା। ସ୍ଥାନୀୟ ଗ୍ରାମବାସୀ ଏହି ଉଦ୍ୟମକୁ ବେଶ ସ୍ୱାଗତ କରିଥିଲେ ଓ ଛାତ୍ରଛାତ୍ରୀଙ୍କ ସମର୍ପଣରେ ମନୋହର ଉଦାହରଣ ରଖିଥିଲେ। ଏହି ସମୁଦାୟ ମୂଳକ ଅଭିଯାନକୁ ଇଣ୍ଡିଆ ବୁକ ଅଫ ରେକର୍ଡ଼ ପାଖରେ ଉପସ୍ଥାପିତ କରାଯିବା ନେଇ ସୂଚନା ମିଳିଛି,ଯାହାକି ଦେଶ ଗଠନରେ ଯୁବପିଢିଙ୍କ ଭୂମିକାର ଏକ ସକାରାତ୍ମକ ଦୃଷ୍ଟାନ୍ତ ହେବା ନେଇ ଆଶା କରାଯାଉଛି। ଏହି ଅଭିଯାନ ଦ୍ୱାରା ବିକାଶ ନର୍ସିଂ କଲେଜ ଏକ ନୂଆ ମାନଦଣ୍ଡ ସ୍ଥାପନ କରିଛି ଯାହା ଦେଶର ଗ୍ରାମୀଣ ମାନବ ସମ୍ପଦ ବିକାଶରେ ଏକ ଦୂରଦର୍ଶୀ ପଦକ୍ଷେପ ଭାବେ ଗ୍ରହଣ କରାଯାଇଛି। ବିକାଶ ନର୍ସିଂ କଲେଜ ର ଶିକ୍ଷୟିତ୍ରୀ ସ୍ନେହରିକା ପଟ୍ଟନାୟକ ଓ ଶିକ୍ଷକ ପ୍ରେମସରନ ନାଗ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।ଛାତ୍ରଛାତ୍ରୀ ଙ୍କ ଏହି ଜନ ସଚେତନତା କାର୍ଯ୍ୟକ୍ରମ କୁ ଗ୍ରାମ ର ଶତାଧିକ ମହିଳା ସମେତ ଗ୍ରାମବାସୀ ମାନେ ଉପସ୍ଥିତ ରହି ଉଚ୍ଚ ପ୍ରଶଂସା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ