ଆନ୍ତଃ ରାଜ୍ୟ ଗଞ୍ଜେଇ ମାଫିଆ ଙ୍କୁ ଯାତ୍ରୀବାହୀ ବସ ରୁ ଚାଲାଣ ବେଳେ ମାଡି ବସିଲା ଅବକାରୀ ବିଭାଗ, ଦୁଇ ଯୁବକ ଅଟକ।


କଳାହାଣ୍ଡି:ତା- ୨୯/୦୭
କଳାହାଣ୍ଡି ଜିଲ୍ଲା ଜୟପାଟଣା ଠାରେ ଯାତ୍ରୀବାହୀ ବସ ରେ ଗଞ୍ଜେଇ ଚାଲାଣ ବେଳେ ୨ ଆନ୍ତଃ ରାଜ୍ୟ ଗଞ୍ଜେଇ ମାଫିଆ ଙ୍କୁ କାବୁ କରିଛି ଅବକାରୀ ବିଭାଗ।
ସୋମବାର ସନ୍ଧ୍ୟା ସମୟରେ ଭବାନୀପାଟଣା ରୁ ମୁଖୀଗୁଡା ଦେଇ ବିଶାଖାପାଟଣା ଓଡ଼ି ୦୮, ଆର ୧୯୫୨ ନମ୍ବର ଓଏସଆରଟିସି ବସ ରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ କୌଣସି ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲା ଜୟପାଟଣା ଅବକାରୀ ବିଭାଗ।ଏ ନେଇ ଅବକାରୀ ବିଭାଗ ପକ୍ଷରୁ ମୁଖୀଗୁଡା ପଟୁ ଆସୁଥିବା ବସ କୁ ଜୟପାଟଣା ରାଜବାଟି ଛକରେ ବସ କୁ ଯାଞ୍ଚ କରିଥିବା ବେଳେ ୨ ଆନ୍ତଃ ରାଜ୍ୟ ଗଞ୍ଜେଇ ମାଫିଆ ଙ୍କ ମଧ୍ୟରୁ ଜଣେ ବସ ର ଝରକା ଦେଇ ଫେରାର ମାରୁଥିବା ବେଳେ ସ୍ଥାନୀୟ ଲୋକେ କାବୁ କରିଥିଲେ ଓ ଅନ୍ୟ ଜଣକୁ ଅବକାରୀ ବିଭାଗ କାବୁ କରିଥିଲେ। ଗିରଫ ୨ ଅଭିଯୁକ୍ତ ବାଙ୍ଗାଲୋର ସହର ଅଞ୍ଚଳ ର ନଦୀମ ପାଶା ଓ ଅଜଗର ବୋଳି ଜଣାପଡିଛି।
ଜବତ ଗଞ୍ଜେଇ ୩ ଗୋଟି ଏୟାର ବେଗ ରେ ଥିବାବେଳେ ହାରାହାରି ୧୦ ରୁ ୧୫ କେଜି ଗଞ୍ଜେଇ ହେବ ବୋଲି ଜଣାପଡିଛି। ଗଞ୍ଜେଇ ଚାଲାଣ ପଛରେ କାହା କାହା ର ସମ୍ପୃକ୍ତି ଅଛି ଆଗକୁ ତଦନ୍ତ ହେଲେ ସବିଶେଷ ସୂଚନା ଦିଆଯିବ ବୋଲି ବୋଲି ଜୟପାଟଣା ଅବକାରୀ ଓଆଇସି ନରେନ୍ଦ୍ର ମିଞ୍ଜ ସୂଚନା ଦେଇଛନ୍ତି।

ଗଜପତି ଜିଲ୍ଲାରୁ ହରିୟାଣାକୁ ଗଞ୍ଜେଇ ନେଇ ବିକ୍ରି କରିଥିବା ଅଭିଯୋଗରେ ଅଭିଯୁକ୍ତକୁ ଉଠାଇ ନେଲା ହରିୟାଣା ପୁଲିସ ପାରଳାଖେମୁଣ୍ଡି:୨୮/୭(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ମୋହନା ଥାନା ପୁଇପଡ ଗାଁରୁ ଜଣେ ଗଞ୍ଜେଇ ଅଭିଯୁକ୍ତକୁ ହରିୟାଣା ପୁଲିସ ଗିରଫ କରିନେଇଛି । ଗଞ୍ଜେଇ ଅଭିଯୁକ୍ତ ଜଣକ ସେହି ଗାଁର ସୁବିତ୍ କୁମାର ନାୟକ(୪୨) । ଗିରଫ ପରେ ମୋହ‌ନା କୋର୍ଟରେ ହାଜର କରି ପୋଲିସ ହରିଆଣା ନେଇଯାଇଛି । ଗତ ୨୩ ତାରିଖ ଦିନ ହରିଆଣାର ଜିନ ଗାଁରୁ ୨୪ କିଲୋ ଗଞ୍ଜେଇ ଜବତ ସହ ହରିୟାଣାର ବର୍ଥା ଗାଁର ରିତିକ କୁମାର (୨୩)କୁ ପୋଲିସ ଗିରଫ କରିଥିଲା । ଉକ୍ତ ଗଞ୍ଜେଇର ମୂଲ୍ୟ ତିନି ଲକ୍ଷ ଟଙ୍କା । ତଦନ୍ତ ପରେ ଗିରଫ ରିତିକର ସୂଚନା ଆଧାରରେ ହରିୟାଣା ପୁଲିସର ୪ ଜଣିଆ ଟିମ ମୋହନାରେ ପହଞ୍ଚୁଥୁଲେ । ମୋହନା ଥାନା ପୁଲିସ ସହାୟତାରେ ପୁଇପଡ ଗାଁରେ ପହଞ୍ଚୁ ସୁବିତ୍‌କୁ ଗିରଫ ହରିଆଣା ପୁଲିସ କରିଛି । ସୁବିତ୍ ଗଞ୍ଜେଇ ନେଇ ଛତ୍ରପୁର ରେଳ ଷ୍ଟେସନକୁ ଯାଇଥିଲା । ସେଠାରୁ ରିତିକ ଗଞ୍ଜେଇ ନେଇ ହରିଆଣା ଯାଇଥିଲା ବୋଲି ହରିୟାଣା ପୁଲିସ ଏସଆଇ ବିନୋଦ କୁମାର କହିଛନ୍ତି । ଏହି ଚଢ଼ାଉରେ ହରିୟାଣା ପୁଲିସ ଏଏସଆଇ ଉପକାର ଓ ତାଙ୍କ ଟିମ୍ ସାମିଲ ଥିଲେ ।