Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଙ୍ଗାଧର ଜୟନ୍ତୀ ଅବସରରେ ପୁରସ୍କୃତ ହେବେ କୃତି ପ୍ରତିଯୋଗୀ

ବରଗଡ଼: ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳନର ଅବ୍ୟବହିତ ପୂର୍ବରୁ ଗଙ୍ଗାଧର ସାହିତ୍ୟ ସମ୍ପର୍କରେ ଏକ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ହିନ୍ଦୀ ବିଭାଗ ପରିସର ମଧ୍ୟରେ ଆୟୋଜିତ ହୋଇ ଯାଇଅଛି।
ହାଇସ୍କୁଲ ଓ ମହାବିଦ୍ୟାଳୟ ସ୍ତରୀୟ ଉଭୟ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତାର ବିଷୟବସ୍ତୁ ଥିଲା ‘ଗଙ୍ଗାଧର ସାହିତ୍ୟରେ ମାନବବାଦ’। ପ୍ରତିଯୋଗିତାଟିରେ ଜିଲ୍ଲାର ବିଭିନ୍ନ ହାଇସ୍କୁଲ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । ହାଇସ୍କୁଲ ସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତାରେ ଶ୍ରୀ ଅରବିନ୍ଦ ଶିକ୍ଷା ଓ ଗବେଷଣା କେନ୍ଦ୍ର, ଅତାବିରାର ଛାତ୍ରୀ ଆକାଂକ୍ଷା ପ୍ରଧାନ-ପ୍ରଥମ, ରାଣା ପ୍ରତାପ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ରିତିକା ସା ଓ ଧରିତ୍ରୀ ରାଉତ ଯଥାକ୍ରମେ- ଦ୍ୱିତୀୟ ଓ ତୃତୀୟ, ମହାବିଦ୍ୟାଳୟ ସ୍ତରରେ ପଞ୍ଚାୟତ ମହାବିଦ୍ୟାଳୟର ଛାତ୍ର ଚିରନ୍ତନ ଦାଶ- ପ୍ରଥମ, କମଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ପ୍ରିୟଦର୍ଶିନୀ ସାହୁ -ଦ୍ବିତୀୟ ଓ ପଞ୍ଚାୟତ ମହାବିଦ୍ୟାଳୟର ଛାତ୍ର ଉତ୍ତମ ସାହୁ -ତୃତୀୟ ହୋଇଛନ୍ତି। ସେହିପରି ବକ୍ତୃତା ପ୍ରତିଯୋଗିତାରେ ମହାବିଦ୍ୟାଳୟ ସ୍ତରରେ ପଞ୍ଚାୟତ ମହାବିଦ୍ୟାଳୟର ଛାତ୍ର ଉତ୍ତମ ସାହୁ- ପ୍ରଥମ, ମିଟ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ଶ୍ରୀପାତ୍ର – ଦ୍ବିତୀୟ ଓ ପାର୍ବତୀ ଗିରି ମହିଳା ମହାବିଦ୍ୟାଳୟର ଛାତ୍ରୀ ସ୍ନେହା ସ୍ବାତୀ ସରାଫ-ତୃତୀୟ ସ୍ଥାନ ହାସଲ କରିଥିବା ବେଳେ ହାଇସ୍କୁଲ ସ୍ତରରେ ରାଣା ପ୍ରତାପ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଶାଲିନୀ ସା- ପ୍ରଥମ, ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ର ଅତାବିରାର ଛାତ୍ରୀ ସୌମ୍ୟାଶ୍ରୀ ସାହୁ-ଦ୍ବିତୀୟ ଓ ରାଣା ପ୍ରତାପ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ପ୍ରାଚୀ ଭୋସାଗର- ତୃତୀୟ ସ୍ଥାନ ହାସଲ କରିଛନ୍ତି। ଏହି କୃତି ପ୍ରତିଯୋଗୀଙ୍କୁ ସାହିତ୍ୟ ଘର ତରଫରୁ ହେବାକୁ ଥିବା ଗଙ୍ଗାଧର ଜୟନ୍ତୀ ଅବସରରେ ସମ୍ମାନୀତ କରାଯିବ ବୋଲି ସଂଯୋଜକ ଡ. ରବି ନାରାୟଣ ସାହୁ ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ