ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ତରଫରୁ ଅବସର ପ୍ରାପ୍ତ ଶିକ୍ଷୟତ୍ରୀ ଙ୍କୁ ସମସ୍ତ ପ୍ରାପ୍ୟ ପ୍ରଦାନ ।


କଳାହାଣ୍ଡି,୩୧/୦୭
କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅଧିନସ୍ଥ ପାଞ୍ଚଟି ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀ, ସହ ଶିକ୍ଷକ ଅବସର ଗ୍ରହଣ କରିଛନ୍ତି। ବ୍ଲକ ଅଧିକାରୀ ମହେଶ କୁମାର ଭାଟି ମହୋଦୟ ବିଭିନ୍ନ ବିଦ୍ୟାଳୟରେ ଉପସ୍ଥିତ ରହି ସମସ୍ତ ପ୍ରାପ୍ୟ ପ୍ରଦାନ କରିଛନ୍ତି।ଆଜି ସୁକନିପଡା ନୂତନ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମୂରଲୀ ଧର ପାଢ଼ୀ, ଚାଚାନେହେରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଉମେର ସହ ଶିକ୍ଷକ ରାହାସ ବିହାରୀ ସାହୁ, ଗାନ୍ଧିଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହ ଶିକ୍ଷୟତ୍ରୀ ସନ୍ଧ୍ୟା ରାଣୀ ଦାସ, କିଶୋରପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ସବିତା ଯୋଶୀ, ଉମା ଶଙ୍କର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଜୟପାଟଣା ସହ ଶିକ୍ଷୟତ୍ରୀ ବିଳାସିନୀ ବେହେରା ତତସହ ଗୋଷ୍ଟି ଶିକ୍ଷା କାର୍ଯ୍ୟାଳୟ ବରିଷ୍ଠ ସଂସ୍ଥାପକ ବିଶ୍ଵନାଥ ପାଢ଼ୀ ଆଜି ଶିକ୍ଷା ବିଭାଗ ରୁ ଅବସର ଗ୍ରହଣ କରିଛନ୍ତି। ତନ୍ମଧ୍ୟରୁ ବିଳାସିନୀ ବେହେର ଶିକ୍ଷୟତ୍ରୀ ଙ୍କୁ ସେବାକାଲିନ ସମସ୍ତ ପ୍ରାପ୍ୟ ଶିକ୍ଷା ଅଧିକାରୀ, ସହ ଶିକ୍ଷା ଅଧିକାରୀ ସୁରେନ୍ଦ୍ର ମୋହନ ଯୋଶୀ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ସଂଘ ସଭାପତି ପ୍ରମୋଦ ଠାକୁର, ସମ୍ପାଦକ ଲଳିତ କୁମାର ନାଏକ, ବରିଷ୍ଟ ସମାଜସେବୀ ଗଣେଶ ବେହେରା, ପୂର୍ବତନ ପ୍ରଧାନ ଶିକ୍ଷୟତ୍ରୀ କିରଣ ପ୍ରଭା ପଟ୍ଟନାୟକ, ସୋଭାରାମ ଜାଲ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମକୁ ରଶ୍ମିତା ତ୍ରିପାଠୀ ଓ ରମଣୀ ରଂଜନ ମୁଣ୍ଡ ପରିଚାଳନା କରୁଥିବା ବେଳେ ସସ୍ମିତା ନାଏକ, ନାଗେଶ୍ୱରୀ ଦୋରା ପ୍ରମୁଖ ସହଯୋଗ କରିଥିଲେ।