Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରିଣୀ ଙ୍କୁ ଅଵସର କାଳୀନ ବିଦାୟ ସମ୍ବର୍ଦ୍ଧନା

କଳାହାଣ୍ଡି,୦୧/୦୮
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରିଣୀ ଆଲୋରାଣୀ ହଲଦର ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସଵ ଶୁକ୍ରବାର କୋକସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେଆୟୋଜିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ କୋକସରା ଗୋଷ୍ଠି ଶିକ୍ଷା ଅଧିକାରୀ ମହେଶ କୁମାର ଭାଟି ଙ୍କ ଅଧ୍ୟକ୍ଷତାରେ ଶିକ୍ଷା ବିଭାଗ ର ଏବିଇଓ ତଥା ବିଆରସିସି ତୋଫାନ ମାଝୀ, ଏବିଇଓ ଦୟାନିଧି ପାଢ଼ୀ,ପ୍ରଧାନ ଶିକ୍ଷୟିତ୍ରୀ ବ୍ୟାପ୍ତି ନାଏକ ଉପସ୍ଥିତ ରହି ଏବିଇଓ ଆଲୋରାଣୀ ହଲଦାର କୋକସରା ଶିକ୍ଷା ବିଭାଗ ରେ ଜଣେ ଦକ୍ଷ ଅଧିକାରଣୀ ଭାବେ ଯୋଗଦେଇ ଶିକ୍ଷା ର ମାନ ବୃଦ୍ଧି କରିବା ସହ ଶିକ୍ଷା ବିଭାଗ ରେ ରହିଥିବା ବିଭିନ୍ନ ବିଦ୍ୟାଳୟ ର ସମସ୍ୟା ନେଇ ଉଚ୍ଚ ପଦସ୍ଥ ଅଧିକାରୀ ଙ୍କ ନିକଟରେ ଅବଗତ କରାଇବା ସହ ନିରନ୍ତର ଶିକ୍ଷା ର ବିକାଶ ଦିଗରେ ପଦକ୍ଷେପ ନେଇ ଆସୁଥିଲେ। ଆଜି ତାଙ୍କ ସମ୍ବର୍ଦ୍ଧନା ଅଵସର କାଳୀନ ସଭା ରେ ଉପଢୌକନ ଓ ମାନପତ୍ର ପ୍ରଦାନ ସହ ତାଙ୍କ ଅଵସର କାଳୀନ ଜୀବନ ସୁସ୍ଥ ଓ ନିରାମୟ କାମନା କରିଥିଲେ। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ସିଆରସିସି ବୈକୁଣ୍ଠ ଜାଲ ମଞ୍ଚ ସଂଯୋଜନା କରିଥିବା ବେଳେ ଶିକ୍ଷକ ଦିଲିପ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ