Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଆ ସାମ୍ବାଦିକ ଦିବସ ପାଳନ କଲେ କୋକସରା ବ୍ଲକ ସାମ୍ବାଦିକ।

କଳାହାଣ୍ଡି,୦୪/୦୮
ଆଜି ହେଉଛି ଓଡ଼ିଆ ସାମ୍ବାଦିକ ଦିବସ, ଓଡ଼ିଶାର ବିଭିନ୍ନ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ ରେ ଲୋକଙ୍କ ସମସ୍ୟା, ଅଭିଯୋଗ କୁ ଅନବରତ କିଦିନ କିରାତି ପ୍ରଶାସନ ଓ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରି ସମାଧାନ ଦିଗରେ ଏକ ସ୍ତମ୍ବ ର ଭୂମିକା ନିଭାଉଛନ୍ତି। ଓଡ଼ିଆ ଜାତି ର ସ୍ୱାଭିମାନ, ଅସ୍ମିତା, ଭାଷା, ସାହିତ୍ୟ, ପରମ୍ପରା,ଚଳଣି କୁ ବିଶ୍ୱର କୋଣ ଅନୁକୋଣରେ ପହଞ୍ଚାଇବା ରେ ଆଜି ପ୍ରମୁଖ ଭୂମିକା ତୁଲାଉଛନ୍ତି ।ଆଜି ଓଡିଶା ସାମ୍ବାଦିକ ଦିବସ କୁ କୋକସରା ବ୍ଲକ ସାମ୍ବାଦିକ ସଙ୍ଘ ପକ୍ଷରୁ କାଉଡୋଲା ମଣ୍ଡି ରେ ବରିଷ୍ଠ ସାମ୍ବାଦିକ ଶରତ ଚନ୍ଦ୍ର ରାଉତ ଙ୍କ ସଭାପତିତ୍ୱ ରେ କେକ କାଟି ପାଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳରେ ଲୋକଙ୍କ ଶାଣିତ ସ୍ୱର ହୋଇ ସୁଖଦୁଃଖ ଓ ସମସ୍ୟା ସହ ଜଡିତ ହୋଇ ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ସନତ କୁମାର ପ୍ରଧାନୀ, ବସନ୍ତ ସରାବୁ, ତ୍ରିଲୋକ୍ୟ ବେଶ୍ରା, କିଶନ ପଟ୍ଟନାୟକ, ଯଦୁମଣି ଦୁର୍ଗା ପ୍ରମୁଖ କୋକସରା ବ୍ଲକ ର ସାମ୍ବାଦିକ ସମୂହ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ