Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧର୍ମଗଡ ଉପଜିଲ୍ଲାପାଳ ଭାବେ ଯୋଗଦେଲେ ପ୍ରେକ୍ଷା ଅଗ୍ରୱାଲ l

କଳାହାଣ୍ଡି,୦୬/୦୮
କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ସବଡିଭିଜନରେ ନୂତନ ଉପଜିଲ୍ଲାପାଳ ଭାବେ ଯୋଗଦେଲେ IAS ପ୍ରେକ୍ଷା ଅଗ୍ରୱାଲ l ସେ ୨୦୨୨ ମସିହାରେ UPSC ସିଭିଲ୍ ସର୍ଭିସ୍ ପରୀକ୍ଷାରେ ୩୦ ତମ ସ୍ଥାନ ହାସଲ କରିଥିଲେ l ୨୦୧୮ ମସିହାରେ ଭୋପାଳର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ଇଲେକ୍ଟ୍ରୋନିକ୍ସ ଏବଂ କମ୍ୟୁନିକେସନ୍ ଇଞ୍ଜିନିୟରିଂରେ ବି.ଟେକ୍ ପାସ୍ କରିଥିଲେ l UPSC ପରୀକ୍ଷାରେ ଭୂଗୋଳ କୁ ଇଚ୍ଛାଧୀନ ବିଷୟ ରଖି ସେ ତାଙ୍କର ଚତୁର୍ଥ ପ୍ରୟାସ ରେ ସର୍ବଭାରତୀୟ ସ୍ତରରେ 30 ତମ ସ୍ଥାନ ହାସଲ କରିଥିଲେ l ଆଜି ଧର୍ମଗଡ ରେ ଉପଜିଲ୍ଲାପାଳ ଭାବରେ ଯୋଗଦାନ କରିବା ପରେ ସରକାରଙ୍କ ଜନହିତକର, ଲୋକାଭିମୁଖୀ ଯୋଜନା ଗୁଡ଼ିକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରିବା ସହିତ ସ୍ଥାନୀୟ ସମସ୍ୟାର ସମାଧାନ କରିବାକୁ ପ୍ରୟାସ କରିବି ବୋଲି କହିବା ସହିତ ଧର୍ମଗଡ ଅଂଚଳବାସୀଙ୍କ ସହଯୋଗ କାମନା କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ