Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଞ୍ଜିବାହଲ ଆର.ଡି ରାସ୍ତା ନିନ୍ମମାନ କାର୍ଯ୍ୟ ଘଟଣା ରେ ଉପାଧ୍ୟକ୍ଷ ଙ୍କ ଅଭିଯୋଗ ପରେ ମରାମତି କାର୍ଯ୍ୟ ଆରମ୍ଭ ।

କଳାହାଣ୍ଡି,୦୭/୦୮
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଲା ପଞ୍ଚାୟତ ବାଞ୍ଜି ବାହାଲ ରୁ ଏନ ଏଚ ୨୬ ମହାଜନଗୁଡା କୁ ସଂଯୋଗ କରୁଥିବା ରାସ୍ତା ଗତ ୩ ମାସ ତଳେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଜୈନିକ ଠିକାସଂସ୍ଥା ନିର୍ମାଣ କରିଥିବା ବେଳେ ରାସ୍ତା ନିର୍ମାଣ ର ୨ ମାସ ପରେ ରାସ୍ତା ଦୁଇପଟେ ବିରାଟ ବିରାଟ ଫାଟ ଓ ଗର୍ତ୍ତ ସୃଷ୍ଟି ହୋଇ ଯାତାୟାତ ରେ ବାଧାପ୍ରାପ୍ତ ହୋଇଥିଲା।ଏନେଇ ବାଞ୍ଜି ବାହାଲ ଗ୍ରାମବାସୀ ମାନେ ଠିକାସଂସ୍ଥା ଙ୍କୁ ବାରମ୍ବାର ଅଭିଯୋଗ ସତ୍ତ୍ୱେ ମଧ୍ୟ କୌଣସି ମରାମତି ନକରିବାରୁ କୋକସରା ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଅଗ୍ରୱାଲ ଙ୍କୁ ଡାକି ରାସ୍ତା ର ଅବସ୍ଥା ଦେଖାଇଥିଲେ। ଏନେଇ ଉପାଧ୍ୟକ୍ଷ ବିଭାଗୀୟ ଅଧିକାରୀ ଓ ଜିଲ୍ଲା ପ୍ରଶାସନ କୁ ଅବଗତ କରାଇବା ପରେ ବିଭାଗୀୟ ତତ୍ପରତା ଦେଖିବାକୁ ମିଳିଛି। ଗୁରୁବାର ଠିକାସଂସ୍ଥା ପକ୍ଷରୁ ନିର୍ମାଣ ରାସ୍ତା କୁ ପୁଣିଥରେ ଜେସିବି ଲଗାଇ ପିଚୁ ଉଠାଇବା ସହ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଅଗ୍ରୱାଲ ଙ୍କ ଙ୍କୁ ଅଭିଯୋଗ ପରେ ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ ହୋଇଥିବା ଯୋଗୁଁ ଗ୍ରାମବାସୀ ମାନେ ଧନ୍ୟବାଦ ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ