Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଙ୍ଗନବାଡି ଲେଡିଜ ୱାର୍କରସଂଘ ପକ୍ଷରୁ ଉପ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ୭ ଦଫା ଦାବିପତ୍ର ବିଡ଼ିଓ ଓ ସିଡିପିଓ ଙ୍କୁ ପ୍ରଦାନ।

କଳାହାଣ୍ଡି,୦୭/୦୮
ଅଲ ଓଡିଶା ଅଙ୍ଗନବାଡ଼ି ଲେଡିଜ ୱାର୍କର ରାଜ୍ୟ ସଂଘ ନିଷ୍ପତି କ୍ରମେ ୭ ଦଫା ଦାବି ନେଇ ଉପମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ କୋକସରା ବ୍ଲକ ସିଡିପିଓ ଓ ବିଡ଼ିଓ ଙ୍କୁ ସଙ୍ଘ ପକ୍ଷରୁ ଦାବିପତ୍ର ପ୍ରଦାନ କରିଥିଲେ। ସୂଚନା ମତେ କେନ୍ଦ୍ର ସରକାର ଅଙ୍ଗନବାଡି କେନ୍ଦ୍ର ରେ ଥିବା ସମସ୍ତ ଶିଶୁ ଓ ବାଳିକା ମାନଙ୍କ ର ଇ-କେୱାସି ଓ ଫେସ କେପଚର କରିବା ପାଇଁ ବାଧ୍ୟତା ମୂଳକ କରିଛନ୍ତି। ତେବେ ଅଙ୍ଗନବାଡି କର୍ମି ମାନଙ୍କ କମ ଦରମା ଓ ଉନ୍ନତ ମାନର ମୋବାଇଲ ଫୋନ ନ ଥିବାରୁ ଫେସ କେପଚର କରି ପାରୁ ନ ଥିବା ଅଭିଯୋଗ କରିଛନ୍ତି। ସରକାର ଉନ୍ନତ ମାନର ମୋବାଇଲ ସହିତ ୱାଇଫାଇ ର ବ୍ୟବସ୍ଥା କରିବା, ପ୍ରତି ତିନି ମାସ କୁ ରିଚାର୍ଜ ବାବଦ କୁ ୯୦୦ ଟଙ୍କା ପ୍ରଦାନ।କରିବା, ୬ ମାସକୁ ଥରେ ଫେସ କେପଚର କରିବା ,ପ୍ରତି ଶନିବାର କିଶୋରୀ ବାଳିକା ମାନଙ୍କ ନିମନ୍ତେ NSPY ଯୋଜନା ରେ ଦୁଇଟି ସିଝା ଅଣ୍ଡା ଓ ଦୁଇଟି କଞ୍ଚା ଅଣ୍ଡା ବଣ୍ଟନ କରିବା ଯୋଜନା ରେ ଆସୁଥିବା ଅର୍ଥ ରାଶି ଯୁଗ୍ମ ସଞ୍ଚୟ ଖାତାରେ ଜମା କରିବା,ପ୍ରତି ବ୍ଳକରେ ଅଭିଯୋଗ ନିବାରଣ କମିଟି ଗଠନ କରି ସ୍ଥାନୀୟ ସମସ୍ୟା ର ସମାଧାନ ଦିଗରେ ପଦକ୍ଷେପ ନେବା ଭଳି ପ୍ରମୁଖ ଦାବୀ ନେଇ କୋକସରା ବ୍ଲକ ଅଙ୍ଗନବାଡ଼ି ୱାର୍କର ସଂଘ ସଭାନେତ୍ରୀ ଦମୟନ୍ତି ବେଶ୍ରା, ସମ୍ପାଦିକା ସୁଶ୍ରୀ ନିର ମହାନନ୍ଦ, ସେକ୍ଟର ସୌଦାମିନୀ ବେହେରା, ତୁଳସୀ ବେହେରା, ଭୂମି ମାଝୀ, ଅଭିନ ପଟ୍ଟନାୟକ, ପୂର୍ଣ୍ଣମୀ ନାଏକ, ରଶ୍ମିତା ନାଏକ, ଚଞ୍ଚଲା ଦଳପତି, ଗାୟତ୍ରୀ ମାଝୀ ସମେତ ସମସ୍ତ ଅଙ୍ଗନବାଡ଼ି ୱାର୍କର ସଙ୍ଘ ପକ୍ଷରୁ କୋକସରା ସିଡିପିଓ ସରୋଜା ସେଠି, ବିଡ଼ିଓ ଡ଼. ହିମାଞ୍ଚଳ ମାଝୀ ଙ୍କ ଜରିଆରେ ଉପମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେଦାବିପତ୍ର ପ୍ରଦାନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ