Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏସବିଆଇ ଓ ରାମକି ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ସ୍ତନ୍ୟପାନ ଦିବସ ପାଳନ।

କଳାହାଣ୍ଡି,୦୮/୦୮
ଏସବିଆଇ ଓ ରାମକି ଫାଉଣ୍ଡେସନ ମିଳିତ ସହଯୋଗରେ ବିଶ୍ୱ ସ୍ତନ୍ୟପାନ ଦିବସ୍ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଦୁଇ ସଂସ୍ଥା ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟ ଓ ପରିବେଶ ସଚେତନତା କରି ଆସୁଛି। ଆଜି ଡୁଙ୍ଗୁରିପଦର ସ୍ଥିତ ଅଙ୍ଗନବାଡି କେନ୍ଦ୍ର ରେ ଅଙ୍ଗନବାଡି କର୍ମୀ ରୁକ୍ମଣୀ ନାୟକ ଏବଂ ତିଲୋତ୍ତମା ଜାନି ଆଶା ଭବାନୀ ମଙ୍ଗରାଜ ୱାର୍ଡ ମେମ୍ବର ଙ୍କ ଉପସ୍ଥିତି ରେ ରାମକି ଫାଉଣ୍ଡେସନ ର ଡାକ୍ତର ବିମଳ ଚରଣ ଶଢଙ୍ଗୀ,ଭେଷଜ ବିତରକ ଜ୍ୟୋଷ୍ଣାମୟୀ ବେହେରା ଦ୍ୱାରା ସ୍ତନ୍ୟପାନ ର ଉପାଦାୟତା ଏବଂ ପୁଷ୍ଟିକର ଖାଦ୍ୟ ଉପରେ ଉଭୟ ଗର୍ଭବତି ଏବଂ ପ୍ରସୂତି ମା ମାନଙ୍କୁ ଜାଗୃତ କରାଯାଇଥିଲା|ଏହି କାର୍ଯ୍ୟକ୍ରମ ରେ ଆନୁନ୍ୟ ୪୫ ଜଣ ମହିଳା ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ କଳାହାଣ୍ଡି ପିସି, ଷ୍ଟାଫ ନର୍ସ ପଙ୍କଜିନି ରଣା, ଏଲଟି ନିତୁ ନାୟକ ପାଇଲଟ ନିରଞ୍ଜନ ହାତୀ ଏବଂ ଲିଙ୍ଗରାଜ ସ୍ୱାଇଁ ଉପସ୍ଥିତ ଥିଲେ ।ଏସବିଆଇ ଫାଉଣ୍ଡେସନ ଏବଂ ରାମକି ଫାଉଣ୍ଡେସନ ତରଫରୁ ସମାଜ କୁ ସ୍ୱାସ୍ଥ୍ୟ ପରୀକ୍ଷା ସହିତ ସଫା ସୁତୁରା ରଖିବା ପାଇଁ ନିରନ୍ତର ଉଦ୍ୟମ କଳାହାଣ୍ଡି ଜିଲ୍ଲାରେ ଜାରି ରଖିଛି। ଏହି ସଂସ୍ଥା ଜିଲ୍ଲାର ବିଭିନ୍ନ ସ୍ଥାନରେ ସଚେତନତା କରି ଆସୁଛି।ଆଜି ଡୁଙ୍ଗୁରିପାଦର ସ୍ଥିତ ଅଙ୍ଗନବାଡି କେନ୍ଦ୍ର କୁ ଆସୁଥିବା ମହିଳା ମାନଙ୍କ ସଚେତନା ଲାଗି ଅଙ୍ଗନବାଡି କର୍ମୀ ଏହି କାର୍ଯ୍ୟକ୍ରମ ପାଇଁ ସ୍ଥାନୀୟ ଅଞ୍ଚଳର ଅଂଚଳ ବାସୀ ଆଉ କେନ୍ଦ୍ର ର ଥିବା ମହିଳା ମାନେ ଏସବିଆଇ ଏବଂ ରାମକି ଫାଉଣ୍ଡେସନ କୁ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ