Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯବାନ ଙ୍କୁ ସୁତାଖିଅ ରେ ସମ୍ପର୍କ ବାନ୍ଧିଲେ ବିଜେପି ମହିଳା ମୋର୍ଚ୍ଚା ନାରିନେତ୍ରୀ।

କଳାହାଣ୍ଡି,୦୯/୦୮
ଆଜି ହେଉଛି ସେନେହ,ସରାଗ,ସମ୍ପର୍କ ର ପବିତ୍ର ବନ୍ଧନ ର ପର୍ବ ରାକ୍ଷୀପୂର୍ଣ୍ଣିମା ଭାଇ ହାତରେ ସୁତାଖିଅ ରେ ନିବିଡ଼ ସମ୍ପର୍କ ଯୋଡି ଭଉଣୀ ର ଭଲ ପାଇବା ଯୁଗ ଯୁଗ ଧରି ଏହି ପରମ୍ପରା ଚାଲି ଆସିଛି। ରାକ୍ଷୀ ପୂର୍ଣ୍ଣିମା ପାଇଁ ଶନିବାର ସହର ଠାରୁ ପୁରପଲ୍ଲୀରେ ଉତ୍ସଵ ର ମାହୋଲ ଦେଖିବାକୁ ମିଳିଛି ।ତେବେ ଦେଶସେବା ପାଇଁ ସମର୍ପିତ ଯବାନ ଓ ପୋଲିସ କର୍ମଚାରୀ ଆଜି ର ଦିନ ରେ ନିଜ କର୍ମଭୂମି କୁ ଛାଡି ରାକ୍ଷୀ ବାନ୍ଧିବା ପାଇଁ ନିଜ ଭଉଣୀ ପାଖକୁ ଯାଇ ପାରୁନଥିବା ବେଳେ ଏହି ଯବାନ ଓ ପୋଲିସ କର୍ମଚାରୀ ଙ୍କୁ ମନ ରେ ଅବଶୋଷ ନହେବା ପାଇଁ ଭାରତୀୟ ଜନତା ପାର୍ଟି ର ମହିଳା ନେତ୍ରୀ ମାନେ ରାକ୍ଷୀ ବାନ୍ଧି ସେମାନଙ୍କ ଶୁଭ ମନାସିଛନ୍ତି। କୋକସରା ବ୍ଲକ ଆମପାଣି ବିଜେପି ମଣ୍ଡଳ ମହିଳା ମୋର୍ଚ୍ଚା ପକ୍ଷରୁ ଉପ ସଭାପତି ଧରିତ୍ରି ବାଗ,ମହିଳା ମୋର୍ଚ୍ଚା ପ୍ରାଞ୍ଜଳି ପ୍ରଧାନ,ନାରୀନେତ୍ରୀ ସବିତା ମାଝୀ, ତ୍ରିପୁରା ଶୁନାନୀ, ଭୂମିଶୁତା ମାଝୀ,ଗୀତାଞ୍ଜଳି ଭରତିଆ ପ୍ରମୁଖ ଆମପାଣି ଥାନା ରେ କାର୍ଯ୍ୟରତ ଯବାନ ଓ ପୋଲିସ କର୍ମଚାରୀ ଙ୍କୁ ଆଜି ମହିଳା ନେତ୍ରୀ ମାନେ ପହଞ୍ଚି ରାକ୍ଷୀ ବାନ୍ଧି,ମିଠା ଖୁଆଇଛନ୍ତି। ନିଜ ଭଉଣୀ ଓ ଘର ଠାରୁ ଦୂରରେ ଥିବା ଯବାନ ଓ ପୋଲିସ କର୍ମଚାରୀ ମାନେ ନିଜ ହାତରେ ସମ୍ପର୍କ ର ଡୋରି ଟିଏ ପାଇ ଖୁସି ଅନୁଭବ କରିବା ସହ ଭଉଣୀ ମାନଙ୍କୁ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ବିଜେପି ମଣ୍ଡଳ ସଭାପତି ମଧୁବନ ପାତ୍ର, ସମ୍ପାଦକ ତୁଲାରାମ ନାଏକ, ଦ୍ରୋଣାଚାର୍ଯ୍ୟ ପୁଝାରି, ଜିଲ୍ଲା ପ୍ରତିନିଧି ଅର୍ଜୁନ ଭାଟି, ଯୁବ ମୋର୍ଚ୍ଚା ସଭାପତି ତ୍ରିଲୋକ୍ୟ ବେଶ୍ରା ପ୍ରମୁଖ ଉପସ୍ଥିତ ରହି ଦେଶସେବା ପାଇଁ ସମର୍ପିତ ଯବାନ ଓ ପୋଲିସ କର୍ମଚାରୀ ଙ୍କୁ ଶୁଭ କାମନା ଜଣାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ