Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିକାଶ ଉଚ୍ଚ ଶିକ୍ଷା ଅନୁଷ୍ଠାନ ସମୂହର ପ୍ରଥମ ସ୍ନାତକ ଦିବସ ପାଳିତ।

କଳାହାଣ୍ଡି,୧୦/୦୮
ଭବାନୀପାଟଣା ସ୍ଥିତ ୱିସଡୋମ ପାର୍କ ଠାରେ ବିକାଶ ଉଚ୍ଚ ଶିକ୍ଷା ଅନୁଷ୍ଠାନ ସମୂହର ପ୍ରଥମ ସ୍ନାତକ ଦିବସ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସମ୍ମାନିତ ଅତିଥି ଭାବେ GIETU ର କୁଳପତି ଡ଼.ଏ.ଭି.ଏନ.ଏଲ. ଶର୍ମା ଓ ମାଁ ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟ ର ଭାରପ୍ରାପ୍ତ କୁଳପତି ଡ଼. ନିବେଦିତା ନାଥ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ।
ଏହି ଅବସରରେ ଅଗ୍ରଣୀ ବେସରକାରୀ ସମାଜସେବୀ ସଂସ୍ଥା ନେହେରୁ ସେବା ସଂଗଠନ, ଭବାନୀପାଟଣା କେନ୍ଦ୍ରକୁ ସମ୍ବର୍ଦ୍ଧିତ କରାଯାଇଥିଲା ଓ ବିଭିନ୍ନ ଅନୁଷ୍ଠାନରେ ନିଯୁକ୍ତି ପାଇଥିବା ଛାତ୍ରଛାତ୍ରୀ,ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷାରେ କୃତକାର୍ଯ୍ୟ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଓ ତାଙ୍କ ଅଭିଭାବକ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ମାଁ ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟର ବି.ବି.ଏ. ଟପ୍ପର ସ୍ନେହା ସୁଚିତ୍ରା ମୁଣ୍ଡ ଓ ବି.ସି.ଏ. ବିଭାଗର ବିଶ୍ୱବିଦ୍ୟାଳୟ ଟପ୍ପର ପ୍ରିୟଙ୍କା ମାଝୀ ଙ୍କୁ ସ୍ଵର୍ଣ୍ଣ ପଦକ ପ୍ରଦାନ କରାଯାଇଥିବା ବେଳେ ତାଙ୍କର ଅଭିଭାବକ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।
ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ଡି. ନାଗେଶ୍ୱର ରାଓ ଉକ୍ତ ସଭାରେ ଅଧ୍ୟକ୍ଷତା କରି ଛାତ୍ରଛାତ୍ରୀ ମାନଙ୍କୁ ଜୀବନରେ ସଫଳ ହେବା ପାଇଁ ତାଙ୍କର ବହୁମୂଲ୍ୟ ପରାମର୍ଶ ପ୍ରଦାନ କରିଥିଲେ। ଏହି ଅବସରରେ ଅନୁଷ୍ଠାନର ନିର୍ଦେଶକ ଶ୍ରୀଯୁକ୍ତ ଡି. ଶ୍ୟାମ ଓ ଡି. ରାମ କୁମାର ସ୍ନାତକ ହାସିଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ତାଙ୍କର ଲକ୍ଷ୍ୟ ପଥରେ ପହଞ୍ଚିବା ପାଇଁ କଠିନ ପରିଶ୍ରମ କରିବାକୁ ପରାମର୍ଶ ଦେଇଥିଲେ। ସେହିଭଳି ଅନୁଷ୍ଠାନର ଶିକ୍ଷାପ୍ରଭାରୀ ଶ୍ରୀମତୀ ଡି. ବିଜୟା ଓ ପରିଚାଳନା ସମିତି ସଦସ୍ୟା ଶ୍ରୀମତୀ ଡି. ପଦ୍ମିନୀ ଛାତ୍ରଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।
ଏହି ଅବସରରେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଏହି ସଭାକୁ ପରିଚାଳନା କରିବାରେ ଆଇଟି ଓ ମେନେଜମେଣ୍ଟ ବିଭାଗର ଅଧ୍ୟକ୍ଷ ଡ଼. ସୁଦୀପ୍ତ କୁମାର ଜାନା ଓ ବିଜ୍ଞାନ ବିଭାଗର ଅଧ୍ୟକ୍ଷ ଡ଼. ଆଦିତ୍ୟ କୁମାର ପଟ୍ଟନାୟକ, ବିକାଶ +୨ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଯୁବରାଜ ନାୟକ, ଭାଇସ ପ୍ରିନସିପାଲ ଶ୍ରୀଯୁକ୍ତ ନାରାୟଣ ମହାନ୍ତି, ଜେନେରାଲ ମେନେଜର ଏଡ଼ମିନିଷ୍ଟ୍ରସନ ଶ୍ରୀଯୁକ୍ତ ଗୁପ୍ତେଶ୍ୱର ଖୁଣ୍ଟିଆ, ପିଆରଓ ଶ୍ରୀଯୁକ୍ତ ଅମୀୟ ରଞ୍ଜନ ମହାନ୍ତି ଓ ଅନୁଷ୍ଠାନର ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ସୁପରିଚାଳନା କରିଥିଲେ। ଉକ୍ତ ସଭାରେ ଅଧ୍ୟାପିକା ପ୍ରଜ୍ଞା ପରୀମିତା ଜେନା ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ପୂଜାରାଣୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ