Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ୱାଧୀନତା ଦିବସ ପାଇଁ କୋକସରା ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

କଳାହାଣ୍ଡି,୧୧/୦୮
୭୯ ତମ ସ୍ୱାଧୀନତା ଦିବସ ପାଳନ ପାଇଁ ସୋମବାର କୋକସରା ବ୍ଲକ ସଭାଗୃହ ରେ ପ୍ରସ୍ତୁତି ବୈଠକ କୋକସରା ବିଡ଼ିଓ ଡ଼. ହିମାଞ୍ଚଳ ମାଝୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପ୍ରସ୍ତୁତି ବୈଠକରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନା, ଥାନା ଅଧିକାରୀ ଜୟ ପ୍ରକାଶ ନାରାୟଣ ହୋତା, ସହକାରୀ ଯନ୍ତ୍ରୀ ସର୍ବେଶ୍ୱର ପ୍ରଧାନ, କନିଷ୍ଠ ଯନ୍ତ୍ରୀ କୀର୍ତ୍ତି ବେହେରା, ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ସୁରଜିତ ସିଂ କୁମାର, ଏବିଇଓ ତୋଫାନ ମାଝୀ, ଯୋଗାଣ ଅଧିକାରୀ ଜଗାରାମ ମୁର୍ମୁ, ଗ୍ରାମ୍ୟ ଜଳଯୋଗାଣ ସହକାରୀ ଯନ୍ତ୍ରୀ ଯଶୋବନ୍ତି ଭୋଇ,ସମାଜସେବି ପୁରୁଷୋତ୍ତମ ଗୁପ୍ତା, ରାମଚନ୍ଦ୍ର ପାଣିଗ୍ରାହୀ, ତ୍ରିଭୁବନ ନାଏକ,ନୋଡାଲ ପିଇଟି ଅମିତ କୁମାର ମହାନ୍ତି, ଉପସ୍ଥିତ ରହିଥିବା ବେଳେ ଭାରପ୍ରାପ୍ତ ବିଏସଏସଓ ସୁନ୍ଦର ନାଏକ ପୂର୍ବ ବର୍ଷ ର ବିବରଣୀ ପ୍ରଦାନ କରିଥିଲେ।
୭୯ ସ୍ୱାଧୀନତା ଦିବସ ଅବସରରେ ଭୋର ୪ ଟା ରେ ପ୍ରଭାତ ଫେରି, ସକାଳ ୭,୩୦ ସୁଦ୍ଧା ବିଭିନ୍ନ ଶିକ୍ଷାନୁଷ୍ଠାନ ରେ ପତାକା ଉତ୍ତୋଳନ, ସକାଳ ୯,୩୦ ରେ ଗୁଡ଼ହାଣ୍ଡି ପଡିଆ ରେ ବ୍ଲକ ସ୍ତରୀୟ ପତାକା ଉତ୍ତୋଳନ ଓ ଜାତୀୟ ସଙ୍ଗୀତ ଗାନ,ପରେଡ଼ ପ୍ରଦର୍ଶନ, ମୁଖ୍ୟ ଅତିଥି ଙ୍କ ଅଭିଭାଷଣ ପରେ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ କରାଯିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। କାର୍ଯ୍ୟକ୍ରମ ରେ ବିଭିନ୍ନ ଶିକ୍ଷାନୁଷ୍ଠାନ ସ୍ବେଛାସେବୀ ଅନୁଷ୍ଠାନ, ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ