Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶିପାଲିରେ ଡଃ.ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ଅନାବରଣ ଉତ୍ସବ

ବରପାଲି:ବରପାଲି ବ୍ଲକ ବିଶିପାଲି ଗ୍ରାମରେ ବାବାସାହେବ ଡ଼ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଅନାବରଣ ଉତ୍ସବ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଆମ୍ବେଦକର ବାଦୀ ଦଳିତରତ୍ନ ଶିବ ଲାଲ ତାଣ୍ଡିଆ ଯୋଗ ଦେଇ ଉତ୍ସବର ଉଦଘାଟନ ସହ ପ୍ରତିମୂର୍ତ୍ତି ଅନାବରଣ ପର୍ବକୁ ସମ୍ପାଦନ କରିଥିଲେ। ସମ୍ମାନିତ ଅତିଥି ଭାବେ ପଦ୍ମପୁର ଉପ ଜିଲ୍ଲାପାଳ ସଦାକର କୁମ୍ଭାର, ଆଠମଲ୍ଲିକ ଉପ ଜିଲ୍ଲାପାଳ ତରଣୀ ସୁନା,ପଦ୍ମଶ୍ରୀ ଡ଼. ଜିତେନ୍ଦ୍ର ହରିପାଳ, ସମାଜ ସେବୀ ନିହାଲ ସିଂ, ନାଟ୍ୟ ମହର୍ଷି ଫଗୁନୁ କୁମ୍ଭାର, ନାରୀନେତ୍ରୀ କନକ ମଞ୍ଜରୀ ମହାନନ୍ଦ, ଵି.ଇ.ଓ ଆରୁଣୀ ମହାନନ୍ଦ, ଲୋକ ମହୋତ୍ସବ ସଭାପତି ଦିଲ୍ଲୀପ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ମୂଖ୍ଯବକ୍ତା ଭାବରେ ଇଂ ତ୍ରିବେଦ କୁମାର ମହାନନ୍ଦ ଯୋଗ ଦେଇଥିଲେ। କମିଟୀ ଉପଦେଷ୍ଟା ଗୋବିନ୍ଦ ନାଗଙ୍କ ଅଧ୍ଯକ୍ଷତାରେ କାର୍ଯ୍ଯକ୍ରମ ସଂଚାଳିତ ହୋଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରୁ ଅତିଥି ମାନଙ୍କ ଗହଣରେ ଏକ ମଶାଲ ଶୋଭାଯାତ୍ରା ବାହାରି ଗ୍ରାମ ପରିକ୍ରମା ମାଧ୍ଯମରେ ସଭାମଞ୍ଚରେ ପହଚିଂଥିଲା। ପରେ ସଭାକାର୍ଯ୍ୟ ଆରମ୍ଭ ହେବା ସହ ଅତିଥି ମାନଙ୍କ ଦ୍ବାରା ଆଲୋଚନା ମାନ କରାଯାଇଥିଲା।
ସଭାକାର୍ଯ୍ୟ ସମାପନ ପରେ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ବିଭିନ୍ନ ଶୈଳିର ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପଦର୍ଶିତ ହୋଇଥିବା ବେଳେ ଆଶିଷ କୁମାର ପଧାନଙ୍କ ଦ୍ବାରା କାର୍ଯ୍ଯକ୍ରମର ସଂଯୋଜନା ହୋଇଥିଲା। ସେହିପରି
ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବିଶିଷ୍ଠ ବ୍ଯକ୍ତି ମାନଙ୍କୁ ଅତିଥି ମାନଙ୍କ ଗହଣରେ ମାନପତ୍ର ପ୍ରଦାନ ସହ ସମ୍ମାନିତ କରାଯାଇଥିଲା।