Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମଲେଶ୍ୱରୀ ମନ୍ଦିରରେ ଆରମ୍ଭ ହେଲା ଭଜନ ସନ୍ଧ୍ୟା

ସମ୍ବଲପୁର:ସମ୍ବଲପୁର ର ଇଷ୍ଟଦେବୀ ମାଁ ସମଲେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଗତକାଲି ସନ୍ଧ୍ୟା ଠୁ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ଓ ସ୍ଥାନୀୟ କଳାକାର ମାନଙ୍କର ମିଳିତ ଉଦ୍ୟମରେ ଏକ ସୁନ୍ଦର ‘ଭଜନ ସନ୍ଧ୍ୟା’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି l ଏହିପରି ଭଜନ ସନ୍ଧ୍ୟା ନିୟମିତ ଭାବରେ କରାଯିବାକୁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି l
ଆଜିର ଏହି ଉଦଘାଟନି ସନ୍ଧ୍ୟାରେ ଅତିଥି ଭାବରେ ସମ୍ବଲପୁର ର ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର, ଆରକ୍ଷୀ ଅଧିକ୍ଷକ ମୁକେଶ କୁମାର ଭାମୁ, ଦେବୋତ୍ତର ବିଭାଗୀୟ ସହକାରୀ ଆୟୁକ୍ତ ବିକାଶ ଗୋୟଲ ପ୍ରମୁଖ ଯୋଗ ଦେଇ ଥିଲେ l ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ର ସଭାପତି ସଞ୍ଜୟ ବାବୁ ଙ୍କର ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଅତିଥି ମାନେ ଏହି ସାଧୁ ଉଦ୍ୟମ କୁ ପ୍ରସଂଶା କରିବା ସହ ଆଗାମୀ ଦିନରେ ସଫଳ କରିବା ପାଇଁ ପ୍ରୟାସ ଜରୁରୀ ବୋଲି କହିଥିଲେ l ଏଥିସହ ସ୍ଥାନୀୟ କଳାକାର ମାନଙ୍କର ସହଯୋଗ କୁ ପ୍ରସଂଶା କରିଥିଲେ l
କାର୍ଯ୍ୟକ୍ରମରେ ସମ୍ବଲପୁରର ବିଶିଷ୍ଠ କଣ୍ଠଶିଳ୍ପୀ ଓ ସଙ୍ଗୀତଜ୍ଞ ମାନେ ଯଥା ବିଭୁତି ଭୂଷଣ ପଟ୍ଟନାୟକ, ରତନ ପୂଜାରୀ,ଦେବାଶିଷ ପାଢ଼ୀ, ଦୁର୍ଗା ଦାଶ, ଡ଼. ମୋହିତ ସ୍ୱାଇଁ,ପଦ୍ମିନୀ ଦୋରା,ଡ଼. ଶ୍ୟାମ ସୁନ୍ଦର ଧର, କୃଷ୍ଣ ଚନ୍ଦ୍ର ବାଗ, ତ୍ରିଲୋଚନ ତ୍ରିପାଠୀ, ହରି ବରିହା, ଶଶାଙ୍କ ଶେଖର ଦୁବେ, ସୌମ୍ୟଜିତ୍ ବଡ଼ପଣ୍ଡା, ସିଲୁ ସିଂଦେଓ, ନୁପୁର ମଲ୍ଲିକ, ସୁମନ ମେହେର, ଲିପିକା ବିଭାର, ସୁମିତ୍ ପ୍ରଧାନ, ଅମୀର, କ୍ଷିତିଶ, ସ୍ପନ୍ଦନ ପ୍ରମୁଖ ମାଁ ସମଲେଶ୍ୱରୀ ଙ୍କ ଭଜନ ପ୍ରସ୍ତୁତ କରି ମନ୍ଦିର ପ୍ରାଙ୍ଗଣକୁ ଅଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲେ l ଏହି କାର୍ଯ୍ୟକ୍ରମ ରେ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ର ସଦସ୍ୟ ବୃନ୍ଦ, ସମ୍ବଲପୁର ର ବିଶିଷ୍ଠ ନାଗରିକ ସହ ଭକ୍ତ ମାନେ ସାମିଲ ହୋଇ କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories