Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଶ୍ଚିମାମୁଖୀ ବାବା ମୁକ୍ତେଶ୍ୱର ପୀଠରେ ଡଙ୍ଗାଭସା, ୫୫ ହଜାର ଦୀପ ପ୍ରଜ୍ୱଳନ ଓ ଅନ୍ନପ୍ରସାଦ ସେବନ; ଆଧ୍ୟାତ୍ମିକ ପରିବେଶରେ ଝଲସିଲା ମନ୍ଦିର ପ୍ରାଙ୍ଗଣ

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବପୀଠ ପଶ୍ଚିମାମୁଖୀ ବାବା ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ମଙ୍ଗଳବାର ଭକ୍ତିମୟ ପରିବେଶ ମଧ୍ୟରେ ଡଙ୍ଗାଭସା, ୫୫ ହଜାର ମାଟି ଦୀପ ପ୍ରଜ୍ୱଳନ ଓ ଅନ୍ନପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରାତଃ ୩ଟା ୩୦ ମିନିଟରୁ ଶହ ଶହ ଶ୍ରଦ୍ଧାଳୁ ପବିତ୍ର ଜଳାଶୟରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଡଙ୍ଗା ଭସାଇବା ସହ ଦୀପ ଜାଳି ନିଜ ପରିବାର ତଥା ସମାଜର ମଙ୍ଗଳ ଓ ମନସ୍କାମନା ପୂର୍ଣ୍ଣ ପାଇଁ ବାବା ମୁକ୍ତେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଏହି ଅବସରରେ ଦିନବେଳେ ଅନ୍ନପ୍ରସାଦର ବ୍ୟବସ୍ଥା କରାଯାଇଥିବା ବେଳେ ସନ୍ଧ୍ୟାରେ ମଧ୍ୟ ଅନେକ ଶ୍ରଦ୍ଧାଳୁ ନିଜସ୍ୱ ଦାନରେ ଅନ୍ନପ୍ରସାଦ ବଣ୍ଟନର ଆୟୋଜନ କରିଥିଲେ, ଯାହାକୁ ସହସ୍ରାଧିକ ଭକ୍ତ ଆନନ୍ଦର ସହ ସେବନ କରି ତୃପ୍ତି ଲାଭ କରିଥିଲେ। ସନ୍ଧ୍ୟା ଆଗମନ ସହ ଅଞ୍ଚଳର ଅଗଣିତ ଭକ୍ତ, ମହିଳା ଓ ଶିଶୁମାନେ ମନ୍ଦିର ବେଢ଼ା ସମେତ ସମଗ୍ର ପରିସରରେ ଶୃଙ୍ଖଳିତ ଭାବେ ୫୫ ହଜାର ଦୀପ ସଜାଇ ପ୍ରଜ୍ୱଳନ କରିଥିଲେ, ଯାହା ଫଳରେ ଅନ୍ଧକାର ରାତିରେ ସମଗ୍ର ପୀଠ ଅଲୌକିକ ଆଲୋକମାଳାରେ ଝଲସି ଉଠିଥିଲା। ଦୀପର ସ୍ନିଗ୍ଧ ଆଲୋକ, ଧୂପଦୀପର ବାସ୍ନା ଏବଂ ହରହର ମହାଦେବ ଧ୍ୱନିରେ ସମଗ୍ର ଅଞ୍ଚଳ ଭକ୍ତିମୟ ହୋଇଉଠିଥିବା ବେଳେ ମନ୍ଦିର ପରିଚାଳନା କମିଟି ଓ ସ୍ଥାନୀୟ ଶ୍ରଦ୍ଧାଳୁଙ୍କ ମିଳିତ ସହଯୋଗରେ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ଶାନ୍ତିଶୃଙ୍ଖଳା ରକ୍ଷା କରାଯାଇଥିଲା ଏବଂ ଏହି ମନୋରମ ଦୃଶ୍ୟ ଦେଖିବା ପାଇଁ ଆଖପାଖ ଗ୍ରାମାଞ୍ଚଳରୁ ବହୁ ସଂଖ୍ୟାରେ ଜନସମାଗମ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories