Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଠିକା ଶ୍ରମିକ ର ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ ପୋଲିସ ର ତଦନ୍ତ ଜାରି।

କଳାହାଣ୍ଡି,୧୮/୦୮
କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଚିଲଗୁଡା ନିକଟରେ ଥିବା କୋକସରା ର ଜୈନିକ ବ୍ୟବସାୟୀ ରାଜେଶ ଗୁପ୍ତା ଙ୍କ ନିର୍ମାନଧିନ ଘର ରେ ଶ୍ରମିକ ଭାବେ କାର୍ଯ୍ୟରତ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଅନ୍ତର୍ଗତ ପ୍ରଧାନୀଗୁଡା ଗ୍ରାମ ର ଦୈତାରୀ ଗୌଡ଼ ଙ୍କ ପୁଅ କମଲୁ ଗୌଡ଼(୧୯) ଙ୍କ ଝୁଲନ୍ତା ମୃତଦେହ କାର୍ଯ୍ୟ କରୁଥିବା ସ୍ଥାନ ରୁ କିଛି ଦୂର ରେ ଥିବା ଜୋର ନିକଟରେ ଥିବା ଏକ ଅର୍ଜୁନ ଗଛ ରୁ ଉଦ୍ଧାର କରାଯାଇଛି। ଗତ ୧୪ ତାରିଖରେ କମଲୁ ଗୌଡ଼ ୟୁପି ର ରେଲିଂ କାମ କରୁଥିବା ଅନ୍ୟ ଶ୍ରମିକ ଙ୍କ ସହ ଆସି କାମ କରୁଥିଲେ।ତେବେ ସୋମବାର ସକାଳୁ ଯୁବକ ନିଖୋଜ ରହିଥିବା ବେଳେ ସାଥି ଶ୍ରମିକ ମାନେ ଖୋଜାଖୋଜି କରିବା ପରେ ମଧ୍ୟ ସନ୍ଧାନ ପାଇ ନଥିଲେ ଓ ଏନେଇ ନିଖୋଜ ଯୁବକ ଙ୍କ ପରିବାର ଲୋକ ଙ୍କୁ ସୂଚନା ଦେଇଥିଲେ। ଯୁବକ ଙ୍କ ସମ୍ପର୍କୀୟ ଲୋକ ଆସି ଖୋଜାଖୋଜି କରିବା ପରେ ଯୁବକ ଙ୍କ ମୃତଦେହ ଠାବ କରିଥିଲେ। ଏନେଇ ବ୍ୟବସାୟୀ ରାଜେଶ ଗୁପ୍ତା କୋକସରା ପୋଲିସ କୁ ସୂଚନା ଦେଇଥିଲେ। ପରେ ଘଟଣା ସ୍ଥଳରେ କୋକସରା ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନା କୁ ପଠାଇ ରାତି ହୋଇଥିବା କାରଣରୁ ଶବ ବ୍ୟବଚ୍ଛେଦ ଗୃହ ରେ ଶବ କୁ ରଖିଛନ୍ତି। ମଙ୍ଗଳବାର ଶବ ବ୍ୟବଚ୍ଛେଦ କରାଯିବା ସହ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ର କାରଣ ସ୍ପଷ୍ଟ ହେବ ବୋଳି କୋକସରା ଥାନା ଅଧିକାରୀ ଜେ.ଏନ ହୋତା ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ