Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂତନ ବସଷ୍ଟାଣ୍ଡ ନିର୍ମାଣ, ସୀମା ନିର୍ଦ୍ଧାରଣ ନେଇ ଉପୁଜିଛି ସମସ୍ୟା, ଜିଲ୍ଲା ପ୍ରଶାସନ ର ହସ୍ତକ୍ଷେପ ଦାବି।

କଳାହାଣ୍ଡି,୧୯/୦୮
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ର ସଦର ମହକୁମା ରେ ନବ ନିର୍ମାନଧିନ ବସଷ୍ଟାଣ୍ଡ ନିର୍ମାଣ ସୀମା ନିର୍ଦ୍ଧାରଣ ବିବାଦ କୁ ନେଇ ଲାଗି ରହିଛି ସମସ୍ୟା।ଓଡିଶା ପୋଲିସ ହାଉସିଂ ବୋର୍ଡ ବିଭାଗ ପକ୍ଷରୁ ଆର.ବି.ଏସ ଠିକାସଂସ୍ଥା ପକ୍ଷରୁ ଏଗ୍ରୀମେଣ୍ଟ ନମ୍ବର ୩୯/୨୦୨୪/୨୫ ଅଟକଳ ଅନୁଦାନ ୬ କୋଟି ୬୯ ଲକ୍ଷ ୮୦ ହଜାର ୯୨୩ ରେ କାର୍ଯ୍ୟାଦେଶ ରହିଥିବା ବେଳେ ୧୨ ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ସମ୍ପାଦନ ପାଇଁ ବିଭାଗୀୟ ସୂଚନା ଫଳକ ରହିଛି। ତେବେ ବସଷ୍ଟାଣ୍ଡ ନିର୍ମାଣ ନେଇ ପୂର୍ବରୁ ଜମି ଜବରଦଖଲ ସମସ୍ୟା ନେଇ ଅନେକ ବାଦ ବିବାଦ ପରେ ବ୍ଲକ ପ୍ରଶାସନ ପକ୍ଷରୁ ଜମି ଅଧିଗ୍ରହଣ ଓ ଜବରଦଖଲ ଉଚ୍ଛେଦ ପରେ ଗତ ଜୁନ ମାସ ରୁ ବସଷ୍ଟାଣ୍ଡ କାର୍ଯ୍ୟ ଆରମ୍ଭ ହୋଇଛି। ତେବେ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ପୁଣି ସେହି ସ୍ଥାନରେ ରହିଥିବା କିଛି ପରିବାର ଲୋକେ ବସଷ୍ଟାଣ୍ଡ ରୁ ମୁଖ୍ୟ ରାସ୍ତା କୁ ଯାତାୟାତ ପାଇଁ ରାସ୍ତା ପାଇଁ ଦାବି କରି କାର୍ଯ୍ୟ ରେ ଦଖଲ କରିବା ସହ ନିର୍ମାଣ କାର୍ଯ୍ୟ ରେ ଅସହଯୋଗ କରୁଥିବା କାରଣରୁ ନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ନେଇ କାର୍ଯ୍ୟକାରୀ ବିଭାଗ ର ଅଧିକାରୀ ମାନେ ସୂଚନା ଦେଇଛନ୍ତି ଓ ଏ ସମ୍ପର୍କରେ ଜିଲ୍ଲାପାଳ ଙ୍କୁ ପୂର୍ବରୁ ଅଭିଯୋଗ କରାଯାଇଛି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ହସ୍ତକ୍ଷେପ ଓ କାର୍ଯ୍ୟାନୁଷ୍ଠାନ ପରେ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହେବ ବୋଲି କହିଛନ୍ତି। ଏନେଇ କୋକସରା ତହସିଲଦାର ଙ୍କୁ ପଚାରିବାରୁ ତହସିଲ କାର୍ଯ୍ୟାଳୟ ପକ୍ଷରୁ ସୀମା ନିର୍ଦ୍ଧାରଣ କରି ଆଞ୍ଚଳିକ ପରିବହନ ବିଭାଗ କୁ ହସ୍ତାନ୍ତର କରାଯାଇଛି ।ପରବର୍ତ୍ତୀ ପଦକ୍ଷେପ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ନିଆଯିବ ବୋଲି କହିଛନ୍ତି।ସୋମବାର ପୁଣିଥରେ ବସଷ୍ଟାଣ୍ଡ ସୀମା ନିର୍ଦ୍ଧାରଣ ସମୟରେ କୋକସରା ତହସିଲଦାର କ୍ଷୀରୋଦ ବିହାରୀ ଭାରତ ନାଗ, ପୋଲିସ ହାଉସିଂ ବୋର୍ଡ ର ଡିଏମ ମିତାଲି ରାଉତରାୟ, ବିଭାଗୀୟ କନିଷ୍ଠ ଯନ୍ତ୍ରୀ ସମେତ, କଳାହାଣ୍ଡି ଆଞ୍ଚଳିକ ପରିବହନ ବିଭାଗ ର ଡି ଏମ ସ୍ବଦେଶ କୁମାର ପାତ୍ର ସମେତ,କୋକସରା ରାଜସ୍ୱ କର୍ମଚାରୀ ଅନ୍ୟ ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ