Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କରାଡଙ୍ଗର ଖଣି ଲିଜ ନେଇ ଜନ ଶୁଣାଣି, ଲିଜ କୁ ତୀବ୍ର ବିରୋଧ କଲେ ବାଟିଗୁଡା ଗ୍ରାମବାସୀ।

କଳାହାଣ୍ଡି,୧୯/୦୮
ଜାନ ଯାଉ ଜୀବନ ଯାଉ, କରାଡଙ୍ଗର ଜଙ୍ଗଲ ବଞ୍ଚିଥାଉ, ସରକାର ଙ୍କ କୁଚକ୍ରାନ୍ତ ନୀତି ଚଳିବ ନାହିଁ ବୋଳି ନାରାବାଜି କରି ଖଣି ଲିଜ କୁ ତୀବ୍ର ବିରୋଧ କରିଛନ୍ତି କୋକସରା ତହସିଲ ଅନ୍ତର୍ଗତ ମୋଟେର ପଞ୍ଚାୟତ ବାଟିଗୁଡା ଗ୍ରାମବାସୀ। ମଙ୍ଗଳବାର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ କାର୍ଯ୍ୟାଳୟ ରାୟଗଡା ପକ୍ଷରୁ ବାଟିଗୁଡା ଗ୍ରାମ ନିକଟରେ ଥିବା କରାଡୋଙ୍ଗରି ରେ କ୍ବାର୍ଜଜାଇଟ ଖଣି ଉତ୍ତୋଳନ ପାଇଁ ପ୍ରଣତି ଇଣ୍ଟର ପ୍ରାଇସେସ ରାଜଗାଙ୍ଗପୁର ସୁନ୍ଦରଗଡ ଜିଲ୍ଲା ର ଏକ କମ୍ପାନୀ କୁ ଲିଜ ପାଇଁ ଅନୁମତି ମିଳିଥିବା ଜଣାପଡିଛି। ଆଜି ଅନୁଷ୍ଠିତ ଜନ ଶୁଣାଣି ଗ୍ରାମସଭା କାର୍ଯ୍ୟକ୍ରମ ରେ ବାଟିଗୁଡା ଗ୍ରାମ ର ଶତାଧିକ ପୁରୁଷ ମହିଳା ଗ୍ରାମବାସୀ ମାନେ ଏକ ବିରାଟ ଶୋଭାଯାତ୍ରାରେ ପହଞ୍ଚି ପ୍ରତିବାଦତ୍ମକ ନାରାବାଜି ଦେଇ ଗ୍ରାମସଭା ଜନ ଶୁଣାଣି ରେ ଉପସ୍ଥିତ ରହି ଖଣି ଲିଜ କୁ ତୀବ୍ର ବିରୋଧ କରିଛନ୍ତି। ଏହି ଜନ ଶୁଣାଣି କାର୍ଯ୍ୟକ୍ରମ ରେ ଆଞ୍ଚଳିକ ପ୍ରଦୂଷଣ ବୋର୍ଡ ରାୟଗଡା ର ଅଧିକାରୀ ଅଶୋକ ଭୋଇ ଙ୍କ ଅଧ୍ୟକ୍ଷତାରେ କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ, ଧର୍ମଗଡ ଉପ ଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ,ଏସଡିପିଓ ଡୋଳାମଣି ଭୋଇ, କୋକସରା ତହସିଲଦାର କ୍ଷୀରୋଦ ବିହାରୀ ଭାରତ ନାଗ, ସମେତ ପ୍ରଦୂଷଣ ବୋର୍ଡ ର ଅନ୍ୟ ଅଧିକାରୀ ଓ ଖଣି ବିଭାଗ ର ଅଧିକାରୀ ଉପସ୍ଥିତ ଥିଲେ।
ଜନ ଶୁଣାଣି ଆରମ୍ଭ ରୁ ସ୍ଥାନୀୟ ଗ୍ରାମବାସୀମାନେ ଖଣି ଲିଜ କୁ ବିରୋଧ ସହ କମ୍ପାନୀ କୁ କୌଣସି ମତେ ଖଣି ଉତ୍ତୋଳନ ପାଇଁ ପୁରାଇ ଦେବୁନାହିଁ ବୋଳି ରୋକଠୋକ ମନା କରିଦେଇଛନ୍ତି। ଗ୍ରାମବାସୀ ଙ୍କ କହିବା ଅନୁଯାୟୀ ଏହି ଡଙ୍ଗର ଉପରେ ରେ ଥିବା ଗାଁ ର ଅଧିଷ୍ଠାତ୍ରୀ ଗ୍ରାମଦେବୀ ମା ମାଉଳି ଙ୍କ ଆସ୍ଥାନ ରହିଥିବା ବେଳେ ଦେବୀ ଙ୍କ ଉପରେ ଗ୍ରାମବାସୀ ଙ୍କ ଆସ୍ଥା ଓ ବିଶ୍ୱାସ ରହିଛି। ଏହି ଗ୍ରାମ୍ୟ ଜଙ୍ଗଲ କୁ ଦିର୍ଘ ଦଶନ୍ଧି ଧରି ଗ୍ରାମବାସୀ ମାନେ ଅନେକ କଷ୍ଟ ସହି ସୁରକ୍ଷା ଦେଇ ଯତ୍ନ କରି ଆସିଛନ୍ତି । ଜଙ୍ଗଲ ର ପାଣି ପବନ ରେ ବଢ଼ିଛନ୍ତି।ଜଙ୍ଗଲ ନଷ୍ଟ ହେଲେ ଜୀବନ ଜୀବିକା ବିପନ୍ନ ହେବ ଓ ଡୋଙ୍ଗର ନିକଟରେ ଥିବା ବାଟିଗୁଡା ଗ୍ରାମ ଧ୍ୱଂସ ହେବ ବୋଳି ଗ୍ରାମବାସୀ ପ୍ରତିବାଦ କରିଛନ୍ତି। ଜୀବନ ଥିବା ପର୍ଯ୍ୟନ୍ତ ଖଣି ଲିଜ କୁ ବିରୋଧ କରିବୁ ବୋଳି ବ୍ରଜ ଶପଥ ନେଇଛନ୍ତି। ବାଟିଗୁଡା ଗ୍ରାମ ପକ୍ଷରୁ
ସରପଞ୍ଚ ମୋଟେର ବାସନ୍ତୀ ନାଏକ,ଜଗ ଜୀବନ କୁମାର, ବେଣୁଧର ଦଳପତି, ବିଶେଶ୍ୱର ବନ୍ଦିଛୋଡ,ମୋହନ ମାଝୀ, ଲିଙ୍ଗରାଜ ଦଳପତି, ଡିସେମ୍ବର ଦଳପତି, ପୁରୁନ୍ଧର ଦଳପତି, ରବି ନାରାୟଣ ପୁଝାରି,ଲକ୍ଷ୍ମଣ ତାଣ୍ଡି,ତରୂଲତା ସରାଫ,ଜୟନ୍ତୀ କର ପ୍ରମୁଖ ଜନ ଶୁଣାଣି ଗ୍ରାମସଭା ରେ ବିରୋଧ କରି ନିଜର ମନ୍ତବ୍ୟ ଦେଇଥିଲେ। ପରେ ବାଟିଗୁଡା ଗ୍ରାମବାସୀ ମାନେ ନିଜର ମତାମତ ପ୍ରଦାନ କରି ଗ୍ରାମସଭା ଅଧା ରୁ ଉଠି ଚାଲି ଯାଇଥିଲେ।ସୁରକ୍ଷା ଦୃଷ୍ଟିରୁ କୋକସରା ଥାନା ଅଧିକାରୀ ଜେ. ଏନ. ହୋତା ଙ୍କ ନେତୃତ୍ୱରେ ପୋଲିସ ଫୋର୍ସ ମୁତୟନ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ