Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧର୍ମ ପରାୟଣ ରାଧେଶ୍ୟାମ ଶର୍ମା ଙ୍କ ପରଲୋକ, ଲଡୁଗାଁ ଅଞ୍ଚଳ ରେ ଶୋକ ପ୍ରକାଶ।

କଳାହାଣ୍ଡି:କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ଗ୍ରାମର ସ୍ବର୍ଗତ ପଣ୍ଡିତ ଯଶରାମ ଶର୍ମା ଙ୍କ ଜ୍ୟେଷ୍ଠ ପୁତ୍ର ରାଧେଶ୍ୟାମ ଶର୍ମା (୮୪)ଙ୍କ ପରଲୋକ ଗମନ ଘଟିଛି। ଲଡୁଗାଁ ସ୍ଥିତ ବାସଭବନରେ ଜ୍ଞାତି କୁଟୁମ୍ବ,ବନ୍ଧୁ ବାନ୍ଧବ ଶେଷ ଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ତାଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ। ଦିବଙ୍ଗତ ରାଧେଶ୍ୟାମ ଶର୍ମା ଜଣେ ଧର୍ମ ପରାୟଣ,ସମାଜସେବି,ପରୋପକାରୀ,ମେଳାପୀ ବ୍ୟକ୍ତି ଥିଲେ। ତାଙ୍କ ପରଲୋକ ରେ ଲଡୁଗାଁ ମାରୱାଡି ସମାଜ କର୍ମକର୍ତ୍ତା ପକ୍ଷରୁ ଶ୍ରଦ୍ଧାଞ୍ଜଳି ଓ ସ୍ମୃତି ଚାରଣ କରାଯାଇଛି। ଲଡୁଗାଁ ସ୍ଥିତ ମୁକ୍ତିଧାମ ରେ ତାଙ୍କ ଅନ୍ତିମ ସଂସ୍କାର ସମାପନ କରାଯାଇଛି।ତାଙ୍କ ଶବଧାର ରେ ଲଡୁଗାଁ ମାରୱାଡି ସମାଜ ର ଶତାଧିକ ଆତ୍ମୀୟ ସ୍ୱଜନ ସାମିଲ ହୋଇଥିଲେ। ତାଙ୍କ ଦୁଇ ପୁଅ ଲଳିତ ଶର୍ମା ଓ ଅରବିନ୍ଦ ଶର୍ମା ମୁଖାଗ୍ନି ସହ ଶେଷ କୃତ୍ୟ ସମ୍ପନ୍ନ କରିଥିଲେ। ତାଙ୍କ ପରଲୋକ ରେ ଲଡୁଗାଁ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ