Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେହେରା ଠାରେ ଅମୃତ ମାତୃ ପିତୃ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ।

କଳାହାଣ୍ଡି,୧୩/୦୮
ଧର୍ମଗଡ଼ ବ୍ଲକ ବେହେରା ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ମେସର୍ସ ମନୋହର ଲାଲ ଦେବୀ ପ୍ରସାଦ, ଭବାନୀପାଟଣା, ଦଣ୍ଡପାଟ ଯୁବ ସେବା ସଂଗଠନ ବେହେରା ର ମିଳିତ ଆନୁକୂଲ୍ୟରେ ଅମ୍ରୁତ ମାତ୍ରୁ ପିତ୍ରୁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି। ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ୍ ଅର୍ଗାନାଇଜେସନ, ମୁଣ୍ଡୁରାଗୁଡା, ଦଣ୍ଡପାଟ ପ୍ରଡ୍ୟୁସର ଗ୍ରୁପ, ବେହେରା କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ। ସଂଗଠନ ସଭାପତି ରଜତ ବଂଶଲଙ୍କ ଅଧ୍ୟକ୍ଷତାରେ ବିଶିଷ୍ଟ ସମାଜସେବୀ ତଥା ଉଦ୍ୟୋଗୀ ଇଂ ପୁରୁଷୋତ୍ତମ ଦାସ ଅଗ୍ରୱାଲ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ବେହେରା ସରପଞ୍ଚ କୁମୁଦିନୀ ଗଇଁତା ମୁଖ୍ଯ ଅତିଥି ଭାବେ ଯୋଗଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଶିକ୍ଷାବିତ ତୁଲସୀରାମ ବାରିକ, ଅବସର ପ୍ରାପ୍ତ ବନପାଳ ନରେନ୍ଦ୍ର ବିଶି, ଉତ୍ପାଦକ ଗୋଷ୍ଠୀ ସଭାନେତ୍ରୀ ସୁଚିତ୍ରା ଗୋପାଳ, ଅଧ୍ଯାପକ ମୋହନ ଚରଣ ବିଶି, ସଂଗଠକ ଅବିନାଶ ମୁଣ୍ଡ, ସମାଜସେବୀ ଚିନ୍ମୟ କୁମାର ବେହେରା ପ୍ରମୂଖ ମଞ୍ଚାସୀନ ଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ଆଗାମୀ ନୂଆଖାଇ ପର୍ବରେ ନୂତନ ବସ୍ତ୍ର ପରିଧାନ ପାଇଁ ବେହେରା ପଞ୍ଚାୟତର ଶତାଧିକ ଅସହାୟ ବ୍ରୁଦ୍ଧ, ବ୍ରୁଦ୍ଧା, ବିଧବା, ବିକଳାଙ୍ଗ ମାନଙ୍କୁ ବସ୍ତ୍ର ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ସହ ସଂପାଦକ ସୁଶିଲ ଚନ୍ଦ୍ର ନାଗ ଅତିଥି ପରିଚୟ କରିଥିବା ବେଳେ ବରିଷ୍ଠ ସଦସ୍ଯ କ୍ଷୀରସିନ୍ଧୁ ବାଣୁଆ ପରିଚାଳନା କରିଥିଲେ। ସଂପାଦକ ଭୁଜବଳ ନାଏକ କାର୍ଯ୍ୟକ୍ରମର ଲକ୍ଷ୍ଯ ଉଦ୍ଦେଶ୍ଯ ଜ୍ଞାପନ କରିଥିଲେ। ଗୋଷ୍ଠୀ ସଂପାଦିକା ସାବିତ୍ରୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ସଂଗଠନ ର କୋଷାଧ୍ୟକ୍ଷ ଭିକାରୀ ଚରଣ ଗୋପାଳ, ସଦସ୍ଯ ଭିଷ୍ମ ବାଣୁଆ, ଉଗ୍ରସେନ ନାଏକ, ହେମାଳ ବିଶି, ରୁପେଶ ନାଏକ, ଦିପିକା ସାହୁ ପ୍ରମୂଖ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ