Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂଆଁଖାଇ ପାଇଁ ଜଗନ୍ନାଥ ସେବା ସମିତି ପକ୍ଷରୁ ନିରାଶ୍ରୟ ମହିଳା ଙ୍କୁ ଶାଢ଼ୀ ବାଣ୍ଟିଲେ ବିଜେପି କର୍ମକର୍ତ୍ତା।

କଳାହାଣ୍ଡି,୨୪/୦୮
ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ କୁ ଦୃଷ୍ଟିରେ ରଖି ସମାଜସେବା କ୍ଷେତ୍ରରେ ଧର୍ମଗଡ ଉପଖଣ୍ଡ ର ଅଗ୍ରଣୀ ସମାଜସେବି ଅନୁଷ୍ଠାନ ଜଗନ୍ନାଥ ସେବା ସମିତି ପକ୍ଷରୁ ଗରିବ ନିରାଶ୍ରୟ ମହିଳା ଙ୍କୁ ରବିବାର କୋକସରା ବ୍ଲକ ଗମ୍ଭାରୀଗୁଡା ଓ କାଉଡୋଲା ପଞ୍ଚାୟତ ର ଜୟନ୍ତ ପଡା,କଲୋନୀ ପଡା,ଚାବ୍ରୁପଡ ଠାରେ ଧର୍ମଗଡ ଉପଖଣ୍ଡ ର ଅଗ୍ରଣୀ ସମାଜସେବି ଅନୁଷ୍ଠାନ ଜଗନ୍ନାଥ ସେବା ସମିତି ପକ୍ଷରୁ ନିରାଶ୍ରୟ ଗରିବ, ବିଧବା ମହିଳା ଙ୍କୁ ଶାଢ଼ୀ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ଧର୍ମଗଡ ବିଧାୟକ ଙ୍କ କୋକସରା ବ୍ଲକ ପ୍ରତିନିଧି ତ୍ରିନାଥ ଶବର, ଗମ୍ଭାରୀଗୁଡା ସରପଞ୍ଚ ଇଶରାମ ସୁନାନୀ, ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଯାଦବ ସମାଜ ସଭାପତି ବିନୋଦ ବିହାରୀ ରାଉତ, ଯୁବମୋର୍ଚ୍ଚା ସଭାପତି ବିଜେପି କୋକସରା ମଣ୍ଡଳ କ୍ଷୀରସିନ୍ଧୁ ନେଗି,ଯୁବମୋର୍ଚ୍ଚା ସଭାପତି ବିଜେପି ଆମପାଣି ମଣ୍ଡଳ ତ୍ରିଲୋକ୍ୟ ବେଶ୍ରା,ସମସାଦ ଖାଁ ସମେତ ଜଗନ୍ନାଥ ସେବା ସମିତି ର ନିହାର ପ୍ରଧାନୀ ଓ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଶାଢ଼ୀ ବଣ୍ଟନ କରିଛନ୍ତି। ନୂଆଁଖାଇ ପୂର୍ବରୁ ଶାଢ଼ୀ ଖଣ୍ଡିଏ ପାଇ ମହିଳା ମାନେ ଖୁସିବ୍ୟକ୍ତ କରିବା ସହ ଜଗନ୍ନାଥ ସେବା ସମିତି କୁ ଧନ୍ୟବାଦ ଜଣାଇଛନ୍ତି। ଧର୍ମଗଡ ଜଗନ୍ନାଥ ସେବା ସମିତି ର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ନୂଆଁଖାଇ ପୂର୍ବରୁ ନିରାଶ୍ରୟ ବୃଦ୍ଧ ଓ ଅସହାୟ ମହିଳା ଙ୍କୁ ଏହି ଭେଟି ନିଶ୍ଚିତ ଭାବେ ମାନବିକତା ଓ ସମାଜସେବା ପାଇଁ ଏକ ଉଦାହରଣ ବୋଳି ଉପସ୍ଥିତ ନେତା ମାନେ ମତ ପ୍ରକାଶ କରିଛନ୍ତି। ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପୂର୍ବରୁ ଧର୍ମଗଡ ନିର୍ବାଚନ ମଣ୍ଡଳୀ ଅଞ୍ଚଳର ତିନି ହଜାର ରୁ ଉର୍ଦ୍ଧ୍ବ ଗରୀବ ମହିଳାଙ୍କୁ ମାଗଣାରେ ଶାଢୀ ବଣ୍ଟନ କରାଯିବା ପାଇଁ ଲକ୍ଷ୍ୟ ରଖା ଯାଇଛି ବୋଲି ଜଗନ୍ନାଥ ସେବା ସମିତି ର ଅଧ୍ୟକ୍ଷ ଵିଷ୍ଣୁ ପ୍ରସାଦ ଅଗ୍ରୱାଲ ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ