Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜଗନ୍ନାଥ ସେବା ସମିତି ପକ୍ଷରୁ ଅସହାୟ ମହିଳା ଙ୍କୁ ଶାଢ଼ୀ ବାଣ୍ଟିଲେ ବିଜେପି କର୍ମକର୍ତ୍ତା।

କଳାହାଣ୍ଡି,୨୫/୦୮
ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ କୁ ଦୃଷ୍ଟିରେ ରଖି ସମାଜସେବା କ୍ଷେତ୍ରରେ ଧର୍ମଗଡ ଉପଖଣ୍ଡ ର ଅଗ୍ରଣୀ ସମାଜସେବି ଅନୁଷ୍ଠାନ ଜଗନ୍ନାଥ ସେବା ସମିତି ପକ୍ଷରୁ ଗରିବ ନିରାଶ୍ରୟ ମହିଳା ଙ୍କୁ ରବିବାର କୋକସରା ବ୍ଲକ ଖୁଣ୍ଟିଆ, ଡାଲଗୁମା ଓ ମୂଷାପାଲି ପଞ୍ଚାୟତ ର ବିଭିନ୍ନ ଗ୍ରାମ ରେ ଧର୍ମଗଡ ଉପଖଣ୍ଡ ର ଅଗ୍ରଣୀ ସମାଜସେବି ଅନୁଷ୍ଠାନ ଜଗନ୍ନାଥ ସେବା ସମିତି ପକ୍ଷରୁ ନିରାଶ୍ରୟ ଗରିବ, ବିଧବା ମହିଳା ଙ୍କୁ ଶାଢ଼ୀ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ମୋଟେର ମଣ୍ଡଳ ସଭାପତି ଧର୍ମବ୍ରତ ପଣ୍ଡା, ସାଧାରଣ ସମ୍ପାଦକ ରାଧେଶ୍ୟାମ ଗୋପାଳ,ଓବିସି ମୋର୍ଚ୍ଚା ସଭାପତି ନବୀନ ଖର୍ସେଲ, କୃଷକ ମୋର୍ଚ୍ଚା ସଭାପତି ଅଶୋକ ନାଗ, ଯୁବ ମୋର୍ଚ୍ଚା ସଭାପତି ଧବଳେଶ୍ବର ଗୋପାଳ,ଅମିନ ରଣା ସମେତ ଜଗନ୍ନାଥ ସେବା ସମିତି ର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଶାଢ଼ୀ ବଣ୍ଟନ କରିଛନ୍ତି। ନୂଆଁଖାଇ ପୂର୍ବରୁ ଶାଢ଼ୀ ଖଣ୍ଡିଏ ପାଇ ମହିଳା ମାନେ ଖୁସିବ୍ୟକ୍ତ କରିବା ସହ ଜଗନ୍ନାଥ ସେବା ସମିତି କୁ ଧନ୍ୟବାଦ ଜଣାଇଛନ୍ତି। ଧର୍ମଗଡ ଜଗନ୍ନାଥ ସେବା ସମିତି ର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ନୂଆଁଖାଇ ପୂର୍ବରୁ ନିରାଶ୍ରୟ ବୃଦ୍ଧ ଓ ଅସହାୟ ମହିଳା ଙ୍କୁ ଏହି ଭେଟି ନିଶ୍ଚିତ ଭାବେ ମାନବିକତା ଓ ସମାଜସେବା ପାଇଁ ଏକ ଉଦାହରଣ ବୋଳି ମଣ୍ଡଳ ସଭାପତି ଶ୍ରୀ ପଣ୍ଡା ମତ ପ୍ରକାଶ କରିଛନ୍ତି। ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପୂର୍ବରୁ ଧର୍ମଗଡ ନିର୍ବାଚନ ମଣ୍ଡଳୀ ଅଞ୍ଚଳର ତିନି ହଜାର ରୁ ଉର୍ଦ୍ଧ ଗରୀବ ମହିଳାଙ୍କୁ ମାଗଣାରେ ଶାଢୀ ବଣ୍ଟନ କରାଯିବା ପାଇଁ ଲକ୍ଷ୍ୟ ରଖା ଯାଇଛି ବୋଲି ଜଗନ୍ନାଥ ସେବା ସମିତି ର ଅଧ୍ୟକ୍ଷ ଵିଷ୍ଣୁ ପ୍ରସାଦ ଅଗ୍ରୱାଲ ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ