Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂଆଁଖାଇ ଲାଗି ଗହ ଗହ ଗାଁ ନୁ ସହର, ଜୁହାର ଭେଟ ନେ ଉଛୁଳି ପଡିଲା ଗାଁ ଦାଣ୍ଡ।

କଳାହାଣ୍ଡି,୨୮/୦୮
ପଶ୍ଚିମ ଓଡ଼ିଶାର ରଜା ତିହାର ନୂଆଁଖାଇ ଗୁରୁବାର ଦିନ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ହୋଜୋ ଗୋଜୋ ସହିତ ପାଳନ କରା ଯାଇଛେ। ନୂଆଁଖାଇ ତିହାର ଲାଗି ପରିବାର ଲୁକେ ଯିଏ ଜେନ ନେ ବି ଥିସନ ସେ ଚାକରି କରୁଥାଅନ କି ପିଲାଛୁଆ ମାନେ ପାଠ ପଢି ଯାଇଥିଲେ କି ଦେଶାନ୍ତର କେ ଦାଦନ ଖଟବାକେ ଯାଇଥିଲେ ବି ଇ ନୂଆଁଖାଇ ତିହାର ନେ ସବୁ ନିଜର ଗାଁ ମା ମାଟି ଆରି ନିଜର ଘର ପରିବାର କେ ଉସତ ମନେ ଆସିଥିଲେ।କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ର ଭିନ ଭିନ ଠାନେ ଆନନ୍ଦ ଆରି ଉସତ ମନେ ନୂଆଁଖାଇ ପାଳନ କରାଯାଇଛେ। ସକାଳୁ ଗାଁ ନେ ଥିବା ଗୁଡି,ମନ୍ଦିର ଗାଁ ର ଦେବୀଦେପ୍ତା ଠାନେ ଗାଁ ର ପୁଝାରି ନୂଆଁ ଧାନ ନେ ପ୍ରସ୍ତୁତ ଚୁଡା,କଦଳି ଭୋଗ ଲଗାବା ଉତାରୁ ଇ ଭୋଗ ଗ୍ରାମବାସୀ କେ ବଟା ଯାଇଥିଲା। ମନ୍ଦିର ଓ ଦେବାଦେବୀ ନେ ଲାଗିଥିବା ନବାର୍ଣ୍ଣ ଭୋଗ ନେଇ କରି ପରିବାର ଲୁକେ ଗୁଟେ ଠାନେ ଯୌଥ ଭାବେ ମିଳିମିଶି କରି ପରିବାର ର ମୁଖିଆ ନୂଆଁ ବାଟବା ଉତାରୁ ନିଜର ଇଷ୍ଟ ଦେବାଦେବୀ କେ ସୁମରନା କରି ନୂଆଁଖାଇ ପାଳନ କରିଛନ୍। ନୂଆଁଖାଇ ସାରିବା ଉତାରୁ ଜୁହାର ଭେଟ କାର୍ଯ୍ୟକ୍ରମ ରେ ସାନ ମାନେ ଘର ର ଗୁରୁଜନ,ବଡଖା ଲୁକ କୁ ମୁଡ଼ିଆ ମାରି ଜୁହାର ଭେଟ ହୋଇଛନ୍। ନୂଆଁଖାଇ ତିହାର ନେ କୋକସରା ବ୍ଲକ ର ଅନେକ ଗାଁ ନେ ଥିବା ଯୌଥ ପରିବାର ଲୁକେ ଗୋଟେ ଠାନେ ମିଶି ନୂଆଁଖାଇ ପାଳନ କରିଛନ୍। ହେତିର ଲାଗି ର ଇ ନୂଆଁଖାଇ ପରବ କେ ରଜା ତିହାର ଆରି ଭାଇଚାରା ର ମିଳନ ପରବ ବୋଳି କୁହା ଯାଇସି। କୋକସରା ବ୍ଲକ ର ୨୨ ପଞ୍ଚାୟତ ନେ ଭିନ ଭିନ ଠାନେ ବଂଶୀୟ ପରିବାର ର ଲୋକ ମାନେ ଗୁଟେ ଠାନେ ନୂଆଁଖାଇ ପାଳନ କରି ଭାଇଚାରା ର ବାର୍ତ୍ତା ଦେଇଛନ୍।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ