Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିରାଟ ଅଜଗର କୁ ଉଦ୍ଧାର କରି ସୁରକ୍ଷିତ ଭାବେ ଜଙ୍ଗଲ ରେ ଛାଡିଲେ ବନ କର୍ମଚାରୀ ।

କଳାହାଣ୍ଡି,୩୦/୦୮
କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ କୋକସରା ବ୍ଲକ ଆମପାଣି ଫରେଷ୍ଟ ସେକ୍ସନ ଅଧୀନରେ ଥିବା ଡେଙ୍ଗାଗୁଡା ବୋବରିଆ କେନାଲ ଚାଷଜମି ନିକଟରେ ଶନିବାର ସକାଳୁ କିଛି ସ୍ଥାନୀୟ ଲୋକମାନେ ଏକ ବିରାଟକାୟ ଅଜଗର ସାପ ଥିବା ନେଇ ଜଙ୍ଗଲ ବିଭାଗ କର୍ମଚାରୀ ଙ୍କୁ ସୂଚିତ କରିଥିଲେ। ଖବର ମିଳିବା ପରେ ଆମପାଣି ଫରେଷ୍ଟ ସେକ୍ସନ ର କର୍ମଚାରୀ ସମେତ ଧର୍ମଗଡ ବନାଞ୍ଚଲ ଜୀବଜନ୍ତୁ ଉଦ୍ଧାର କାରୀ ଦଳ ର ସଦସ୍ୟ ସ୍ୱାଧୀନ ଦଣ୍ଡସେନା ଆସି କେନାଲ ରୁ ସୁରକ୍ଷିତ ଅବସ୍ଥାରେ ଅଜଗର କୁ ଉଦ୍ଧାର କରିଛନ୍ତି। ଉଦ୍ଧାର ହୋଇଥିବା ଅଜଗର ୧୦/୧୧ ବର୍ଷ ହେବ ଓ ପ୍ରାୟ ୧୧ ଫୁଟ ଲମ୍ବ ଥିବା ଜଣାପଡିଛି। ଏତେବଡ ଅଜଗର ଉଦ୍ଧାର ଘଟଣା ଏହି ଅଞ୍ଚଳ ରେ ପ୍ରଥମ ଥର ଦେଖିବାକୁ ମିଳିଛି। ପରେ ଉଦ୍ଧାର ଅଜଗର ସାପ କୁ ସାହାଜଖୋଲ ଜଙ୍ଗଲ ରେ ଛଡା ଯାଇଥିବାନେଇ ଜଙ୍ଗଲ ବିଭାଗ କର୍ମଚାରୀ ମାନେ ସୂଚନା ଦେଇଛନ୍ତି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ