Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁସୁମଖୁଣ୍ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୬୫ ତମ ବିଦ୍ୟାଳୟ ର ପ୍ରତିଷ୍ଠା ଦିବସ ଅନୁଷ୍ଠିତ।

କଳାହାଣ୍ଡି,୦୧/୦୯ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ଅନ୍ତର୍ଗତ ମୋଟେର ପଞ୍ଚାୟତ କୁସୁମଖୁଣ୍ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୬୫ ତମ ବାର୍ଷିକ ଉତ୍ସବ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି। ବାର୍ଷିକ ଉତ୍ସବ ପ୍ରାରମ୍ଭ ରେ ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ଏହି ୬୫ ତମ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦୈତାରି ନାଏକ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରୀ ମହେଶ କୁମାର ଭାଟି, ମୁଖ୍ୟ ବକ୍ତା ଭାବେ ଅଵସର ପ୍ରାପ୍ତ ଶିକ୍ଷକ ରଜନୀ କାନ୍ତ ପଣ୍ଡା,ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଶିକ୍ଷା ଅଧିକାରୀ ଦୟାନିଧି ପାଢ଼ୀ, ସିଆରସିସି ମୋଟେର କ୍ଳଷ୍ଟର ଦିଲିପ କୁମାର ସାହୁ, ଗ୍ରାମ ର ସମାଜସେବି ଘେନୁ ପ୍ରସାଦ ବେହେରା, ଅଵସର ପ୍ରାପ୍ତ ଶିକ୍ଷକ ଲକ୍ଷ୍ମଣ କୁମାର ବେହେରା,ପୂର୍ବତନ ପ୍ରଧାନ ଶିକ୍ଷକ ଲକ୍ଷ୍ମୀକାନ୍ତ ପଣ୍ଡା,ସଂଯୋଜକ ସାଧନ କେନ୍ଦ୍ର ଦିଲିପ କୁମାର ସାହୁ ପ୍ରମୁଖ ମଞ୍ଚ ରେ ଉପସ୍ଥିତ ରହି ଶିକ୍ଷାନୁଷ୍ଠାନ ର ବାର୍ଷିକ ଉତ୍ସବ ହେଉଛି ବିଦ୍ୟାଳୟ ର ଉତ୍କର୍ଷତା ର ଦିବସ,୬୫ ବର୍ଷ ଅନେକ ଝାଡ଼ାଝାଞ୍ଜ ସହି ଅନବରତ ଭାବେ ଶିକ୍ଷା ଦାନ ରେ ଯୋଗଦାନ କରିଥିବା ଶିକ୍ଷାନୁଷ୍ଠାନ ର ପଛରେ ଅନେକ ବଦାନ୍ୟତା ବ୍ୟକ୍ତି ଙ୍କ ପ୍ରଚ୍ଛଦ ହାତ ରହିଛି, ଯାହାକି ଶିକ୍ଷାନୁଷ୍ଠାନ ଗଢିବାରେ ସହାୟକ ହୋଇଛି ବୋଳି ମତ ପ୍ରକାଶ କରିଥିଲେ।
ଏହି ଅବସରରେ ବିଦ୍ୟାଳୟ ର ପୁରାତନ ଛାତ୍ର ଭୁବନେଶ୍ୱର ଶବର,ଲିଙ୍ଗରାଜ ବେହେରା, ଡିଲେଶ୍ବର ଶବର,ଭୁବନେଶ୍ୱର ସୁନାନୀ, ହିରଣ୍ୟ ବେହେରା ଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ବିଦ୍ୟାଳୟ ର ଛାତ୍ରୀ ତ୍ରିଶକ୍ତିମୟୀ ବେହେରା ଙ୍କ କୃତିତ୍ବ ପାଇଁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା।ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଅବସରରେ ଛାତ୍ରଛାତ୍ରୀ ମାନେ ବିଭିନ୍ନ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମ କୁ ମଞ୍ଚ ପରିଚାଳନା ରେ ଜନାର୍ଦ୍ଦନ ବେହେରା ଓ ଅଭିଳାଷ ସାହୁ ସହଯୋଗ କରିଥିଲେ।ଏହା ବ୍ୟତୀତ କାର୍ଯ୍ୟକ୍ରମ କୁ ସୁପରିଚାଳନା ରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ,ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ