Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ସାର୍ବଜନୀନ ଦୁର୍ଗା ପୂଜା ପାଇଁ ମାଟି ଅନୁକୂଳ।

କଳାହାଣ୍ଡି,୦୧/୦୯
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର ମହକୁମା ସ୍ଥିତ ସାର୍ବଜନୀନ ଦୁର୍ଗା ପୂଜା ପାଇଁ ସୋମବାର ପୂଜା କମିଟି ପକ୍ଷରୁ ପୂଜାର୍ଚ୍ଚନା ପରେ ମାଟି ଅନୁକୂଳ କରାଯାଇ ଦେବୀ ଦୁର୍ଗା ଓ ପାର୍ଶ୍ଵ ଦେବାଦେବୀ ଙ୍କ ମୃଣ୍ମୟୀ ପ୍ରତିମା ନିର୍ମାଣ ପାଇଁ ମୁଣ୍ଡୁରା ନଦୀ ପଠା ର ମାଟି ପୂଜାର୍ଚ୍ଚନା ପରେ ଅଣାଯାଇଛି। ମାଟି ଅନୁକୂଳ ପାଇଁ ପୂଜକ ପ୍ରତାପ ପାଣିଗ୍ରାହୀ ପୂଜା କାର୍ଯ୍ୟ ତୁଳାଇଥିବା ବେଳେ ପୂଜା କର୍ତ୍ତା ଭାବେ ଇନ୍ଦ୍ରମଣି ଧଙ୍ଗଡା ମାଝୀ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ। ଦୁର୍ଗା ପୂଜା କମିଟିର ସଭାପତି କ୍ଷୀରସିନ୍ଧୁ ନେଗି,ସମ୍ପାଦକ ଦୁଷ୍ମନ୍ତ ପାଟ୍ଟଯୋଶୀ, ଉପଦେଷ୍ଟା ନନ୍ଦ କିଶୋର ଧରୁଆ,ବନମାଳୀ ପ୍ରଧାନୀ, ସେବକ ପୁରୁଷୋତ୍ତମ ନାଏକ, ଘନଶ୍ୟାମ ପ୍ରଧାନୀ ସମେତ କମିଟିର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ