ହିନ୍ଦୀ ଶିକ୍ଷକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା।


କଳାହାଣ୍ଡି/୦୨/୦୯
କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ଗୋଷ୍ଠି ଶିକ୍ଷା ବିଭାଗ ଅନ୍ତର୍ଗତ କାଉଡୋଲା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ରେ କାର୍ଯ୍ୟରତ ହିନ୍ଦୀ ଶିକ୍ଷକ ଉପେନ୍ଦ୍ର କୁମାର ଅଗସ୍ତି ତାଙ୍କ ଚାକିରୀ କାର୍ଯ୍ୟକାଳରୁ ଗତ ୩୧ ତାରିଖରେ ଅବସର ଗ୍ରହଣ ନେଇଛନ୍ତି। ମଙ୍ଗଳବାର ତାଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା କାଉଡୋଲା ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା।ବିଦ୍ୟାଳୟ ର ଶିକ୍ଷକ ସଞ୍ଜୟ କୁମାର ପଣ୍ଡା ଙ୍କ ସଭାପତିତ୍ୱ ରେ ସମ୍ବର୍ଦ୍ଧନା ଉତ୍ସଵରେ ମୁଖ୍ୟ ଅତିଥି ଭାବେ ବ୍ଲକ ଗୋଷ୍ଠି ଅତିରିକ୍ତ ଶିକ୍ଷା ଅଧିକାରୀ ତୋଫାନ ମାଝୀ, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଶିକ୍ଷାବିଦ ଅଶୋକ କୁମାର ଦାସ, ସମ୍ମାନିତ ଅତିଥି ଭାବେ ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା, ପ୍ରଧାନ ଶିକ୍ଷକ ବିରଞ୍ଚି ନାରାୟଣ ହୋତା, ପ୍ରଦୀପ କୁମାର ଦାସ,ପୂର୍ବତନ ପ୍ରଧାନ ଶିକ୍ଷକ ଭବାନୀ ଶଙ୍କର ଠାକୁର,ରୁଦ୍ରକ୍ଷ୍ୟ ନାଏକ, ବିଦ୍ୟାଳୟ ପରିଚାଳନା ସଭାପତି ସୁଶାନ୍ତ କୁମାର ସାହୁ, ବିଦ୍ୟାଳୟ ପ୍ରତିଷ୍ଠାତା ସଦସ୍ୟ ତ୍ରିନାଥ ସରାବୁ, ଯୁବ ସାମ୍ବାଦିକ ବସନ୍ତ କୁମାର ସରାବୁ ଉପସ୍ଥିତ ରହି ଶିକ୍ଷକତା ଜୀବନରେ ଛାତ୍ରଛାତ୍ରୀଙ୍କ ପ୍ରତି ରହିଥିବା ଭଲ ପାଇବା, ସହକର୍ମୀଙ୍କ ସହ ଉତ୍ତମ ସମ୍ପର୍କ ଜଣେ କର୍ତ୍ତବ୍ୟନିଷ୍ଠ ଶିକ୍ଷକ ଭାବେ ସେ ତାଙ୍କ କର୍ମମୟ ଜୀବନର ସମସ୍ତ ଦାୟିତ୍ୱ ସୁଚାରୁ ରୁପେ ତୁଲାଇବା ସହ ବିଦ୍ୟାଳୟ ପାଇଁ ତାଙ୍କର ଅବଦାନ ସବୁବେଳେ ସ୍ମରଣୀୟ ହୋଇ ରହିବ ବୋଲି ଅତିଥି ମାନେ କହିବା ସହ ତାଙ୍କ ଅଵସର କାଳୀନ ଜୀବନ ସୁସ୍ଥ ଓ ନିରାମୟ ବୋଳି କାମନା କରିଥିଲେ। ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ଶ୍ରୀ ଅଗସ୍ତି ଙ୍କୁ ଉପଢ଼ୌକନ ଓ ମାନପତ୍ର ଦେଇ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ। ମଞ୍ଚ ପରିଚାଳନା ଶେଖର ସାହୁ କରିଥିବା ବେଳେ ଶ୍ରୀକାନ୍ତ ଖମାରି ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମ ରେ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ କର୍ମଚାରୀ ଅଭିଭାବକ ମାନେ ଉପସ୍ଥିତ ଥିଲେ।