ଧର୍ମଗଡ ଉପ ଜିଲ୍ଲାପାଳ ଙ୍କ କୋକସରା ବ୍ଲକ ଗସ୍ତ ବିଦ୍ୟାଳୟ ସମେତ ସିଏଚସି ପିଏଚସି ପରିଦର୍ଶନ।


କଳାହାଣ୍ଡି,୦୨/୦୯
ମଙ୍ଗଳବାର କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଖଣ୍ଡ ଉପ ଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ କୋକସରା ବ୍ଲକ ର ବିଭିନ୍ନ ବିଦ୍ୟାଳୟ ଓ ସିଏଚସି ପିଏଚସି ପରିଦର୍ଶନ କରି ଭିତ୍ତିଭୂମି ଓ ପାରିପାର୍ଶ୍ବିକ ଅବସ୍ଥା ଅନୁଧ୍ୟାନ କରିଛନ୍ତି। ଉପ ଜିଲ୍ଲାପାଳ ପ୍ରଥମେ ଆମପାଣି ଠାରେ ଥିବା ଜନଜାତି ବର୍ଗର ଛାତ୍ରଛାତ୍ରୀ ଆବସିକ ବିଦ୍ୟାଳୟ ପରିଦର୍ଶନ ରେ ପହଞ୍ଚି ଆବସିକ ବିଦ୍ୟାଳୟ ର ଶ୍ରେଣୀ କୋଠରୀ, ଛାତ୍ରାବାସ, ଛାତ୍ରୀନିବାସ, ଶୌଚାଳୟ, ଖାଦ୍ୟ ପ୍ରସ୍ତୁତ ଓ ଖାଇବା ସ୍ଥାନ,ପାନୀୟ ଜଳ ଓ ବିଦ୍ୟାଳୟ ର ପାରିପାର୍ଶ୍ବିକ ପରିବେଶ ବୁଲି ଦେଖିବା ପରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସାହୁ ଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ପରେ ଉପ ଜିଲ୍ଲାପାଳ ଆମପାଣି ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚି ଡାକ୍ତରଖାନା ପରିଦର୍ଶନ କରି ସ୍ୱାସ୍ଥ୍ୟ ଅଧିକାରୀ ଓ କର୍ମଚାରୀ ଙ୍କ ସହ ଆଲୋଚନା କରିଥିଲେ। ସେଠାରୁ କୋକସରା ବ୍ଲକ ବଙ୍ଗୋମୁଣ୍ଡା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ରେ ପହଞ୍ଚି ଛାତ୍ରଛାତ୍ରୀ ଙ୍କ ସହ ଶିକ୍ଷାଦାନ ବିଷୟରେ ଆଲୋଚନା କରିଥିଲେ ଓ ଆଦର୍ଶ ବିଦ୍ୟାଳୟ ର ଅଧ୍ୟକ୍ଷା ନିଝିମ ରାଣି ପଣ୍ଡିତ ଓ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସହ ଆଲୋଚନା କରିଥିଲେ। ପରେ କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼. ତତ୍ୱଦର୍ଶୀ ଦାସ ଙ୍କ ସହ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ପିଏଚସି ର ଭିତ୍ତିଭୂମି, ରୋଗୀସେବା ଓ ଅନ୍ୟାନ୍ୟ ବିଷୟରେ ଆଲୋଚନା କରିଥିବା ଜଣାପଡ଼ିଛି। ଉପ ଜିଲ୍ଲାପାଳ ପ୍ରେକ୍ଷ୍ୟା ଅଗ୍ରୱାଲ ଙ୍କ ସହ କୋକସରା ବିଡ଼ିଓ ଡ଼. ହିମାଞ୍ଚଳ ମାଝୀ ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।