Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଁଇଲି ଡମ୍ବ ସମାଜ ର ନୂଆଁଖାଇ ଭେଟଘାଟ ଓ ଗ୍ରାମ୍ୟ କମିଟି ମନୋନୟନ।

କଳାହାଣ୍ଡି,୦୨/୦୯
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ଆଁଇଲି ଗ୍ରାମ ଠାରେ ଗ୍ରାମ୍ୟ ଡମ୍ବ ସମାଜ ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ନୂଆଁଖାଇ ଭେଟଘାଟ ରେ ସମାଜ ପକ୍ଷରୁ ବୟୋଜ୍ୟେଷ୍ଠ ଙ୍କ ଉପସ୍ଥିତି ରେ ସାମୁହିକ ନବାର୍ଣ୍ଣ ଭୋଗ ଖାଇବା ପରେ ଜୁହାର ଭେଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ଗ୍ରାମ୍ୟ ଡମ୍ବ ସମାଜ ର କର୍ମକର୍ତ୍ତା ଚୟନ କରାଯାଇଛି। ସର୍ବ ସମ୍ମତ୍ତି କ୍ରମେ ଗ୍ରାମ୍ୟ କମିଟିର ସଭାପତି ଭାବେ ବିରଞ୍ଚି ବାଗ, ଉପ ସଭାପତି ଭାବେ ଚୈତୁ ବାଗ, ସାଧାରଣ ସମ୍ପାଦକ ଭାବେ ବାସୁଦେବ ସୁନାନୀ, ସହ ସମ୍ପାଦକ ଭାବେ ଦିବାକର ବାଗ, କୋଷାଧ୍ୟକ୍ଷ ଭାବେ ଡିଗରୁ ବାଗ ଙ୍କୁ ମନୋନୀତ କରାଯାଇଛି। ଗ୍ରାମ ର ଡମ୍ବ ସମାଜ ର ବୟୋଜ୍ୟେଷ୍ଠ ଙ୍କୁ ନେଇ ଏକ ଉପଦେଷ୍ଟା କମିଟି ମଧ୍ୟ ଗଠନ କରାଯାଇଛି। ଏହି କାର୍ଯ୍ୟକ୍ରମ କୁ ଦିନେଶ ବାଗ, ଗୋପାଳ ସୁନାନୀ ଙ୍କ ପ୍ରସ୍ତାବ ଆଗତ ରେ ଗ୍ରାମ ର ଚଳାନ ଭାବେ ନୀଳ ଛାତ୍ରୀଆ, ଗୋବିନ୍ଦ ସୁନାନୀ ଙ୍କୁ ଚୟନ କରାଯାଇଥିଲା। ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ କୁ ଭୋଲେ ବାଗ, ଭବାନୀ ବାଗ,ରୋହିତ ବାଗ, ଗୋବର୍ଦ୍ଧନ ବାଗ ପ୍ରମୁଖ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ