ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ ଥାନାରେ ଅଟକ । ଜଗବନ୍ଧୁ ଚାନ୍ଦଙ୍କୁ ମଞ୍ଚେଶ୍ବର ପୁଲିସ ଅଟକ ରଖିଥିବା ସୂଚନା ରହିଛି । ରାତି ଅଧରେ ଘରେ ପଶି ମାରଣାସ୍ତ୍ରରେ ତାଙ୍କୁ ଓ ତାଙ୍କ ପୁଅକୁ ଆକ୍ରମଣ କରିବା ସହ ଜୀବନରୁ ମାରିବାକୁ ଉଦ୍ୟମ କରିଥିବା ନେଇ ଗତ ୩୦ତାରିଖରେ ଥାନାରେ ଅଭିଯୋଗ କରିଥିଲେ ଅର୍ଚ୍ଚନା । ପୁଲିସ ଘଟଣାର ତଦନ୍ତ କରିବା ସହ ଜଗବନ୍ଧୁକୁ ଉଠାଇ ଆଣିଥିବା ସୂଚନା ରହିଛି । ତାଙ୍କ ନିକଟରୁ ଏକ ଛୁରୀ ମଧ୍ୟ ଜବତ ହୋଇଥିବା କୁହାଯାଇଛି । ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଚାନ୍ଦଙ୍କ ଛାଡପତ୍ର ମାମଲା ଚାଲିଥିବା ବେଳେ ଉଭୟ ଅଲଗା ରହୁଛନ୍ତି । ତେବେ ରାତି ଅଧରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡର ଭିଡିଓ ବି ସାମ୍ନାକୁ ଆସିଛି ।
ଅର୍ଚ୍ଚନା ନାଗଙ୍କ ସ୍ବାମୀଙ୍କୁ ଉଠାଇ ନେଲା ପୁଲିସ : ସ୍ତ୍ରୀ ଓ ପୁଅକୁ ମାଡ଼ ମାରିଥିବାନେଇ ଆସିଛି ସାଘାଂତିକ ଅଭିଯୋଗ
