ଶୂନ ଜିଏସଟି ହେଲା ଜୀବନ ବୀମା, ସ୍ବାସ୍ଥ୍ୟବୀମା, ଛେନା, ପନୀର, ରୁଟି-ପିଜ୍ଜା ବ୍ରେଡ, ପାଉଡର କ୍ଷୀର, ପରଟା-ମ୍ୟାପ୍, ଚାର୍ଟ, ଗ୍ଲୋବ-ପେନସିଲ୍, ଖାତା ବହି, ରବର


ବୁଧବାର ଦିନ ଜିଏସଟି ପରିଷଦ ଟିକସ ଢାଞ୍ଚାକୁ ସରଳ କରିବା ପାଇଁ ଘୋଷଣା କରିଥିଲା ଏବଂ କହିଥିଲା ଯେ, ନୂତନ ଜିଏସଟି ଢାଞ୍ଚା ୨୨ ସେପ୍ଟେମ୍ବର ୨୦୨୫ରୁ ଲାଗୁ ହେବ। ଏଥିରେ କେବଳ ଦୁଇଟି ସ୍ଲାବ୍ ରହିବ, ୫% ଏବଂ ୧୮%। ଏହା ବ୍ୟତୀତ ୪୦% ର ଏକ ସ୍ୱତନ୍ତ୍ର ସ୍ଲାବ୍ ମଧ୍ୟ ରହିବ। ଏହି ନିଷ୍ପତ୍ତି ଦ୍ୱାରା ସାଧାରଣ ଲୋକ ଉପକୃତ ହେବେ କାରଣ ୩୯୬ଟି ଉତ୍ପାଦ ଉପରେ ଟିକସ ହ୍ରାସ କରାଯାଇଛି।

ଶୂନ ଜିଏସଟି

-ଜୀବନ ବୀମା
-ସ୍ବାସ୍ଥ୍ୟବୀମା
-ଛେନା, ପନୀର, ରୁଟି
-ପିଜ୍ଜା ବ୍ରେଡ, ପାଉଡର କ୍ଷୀର, ପରଟା
-ମ୍ୟାପ୍, ଚାର୍ଟ, ଗ୍ଲୋବ
-ପେନସିଲ୍, ଖାତା ବହି, ରବର

୧୮% ଜିଏସଟି

-ଏସି, ଟିଭି, ଓ୍ଵାସିଂ ମେସିନ୍, କାର୍ ପାର୍ଟ୍ସ
-ଛୋଟ କାର, ବାଇକ୍ (୩୫୦ ସିସିରୁ କମ୍) 
-ପେଟ୍ରୋଲ-ଏଲପିଜି ଓ ସିଏନଜି କାର 
( ୧୨ଶହ ସିସି ଓ ୪ ହଜାରର ଏମଏମରୁ କମ୍ ହୋଇଥିବ)
-ତିନି ଚକିଆ ଯାନ, ସାମଗ୍ରୀ ପରିବହନ କରୁଥିବା ଗାଡ଼ି
-ଡିଜେଲ୍ ଚାଳିତ ଗାଡ଼ି (୧୫ଶହ ସିସି ଓ ୪ ହଜାରର ଏମଏମରୁ କମ୍ ହୋଇଥିବ)
-ମନିଟର ଓ ପ୍ରୋଜେକ୍ଟର, ସିମେଣ୍ଟ
-ପୂର୍ବରୁ ସିମେଣ୍ଟ ଉପରେ ୨୮%ରୁ ଜିଏସଟି ଥିଲା ଏବେ କମି ୧୮% ହେଲା


୫% ଜିଏସଟି

-କେଶ ତେଲ, ଟଏଲେଟ୍ ସାବୁନ୍, ସାମ୍ପୁ
-ଟୁଥବ୍ରସ୍, ଟୁଥପେଷ୍ଟ, ସାଇକେଲ
-ରୋଷେଇ ଘରର ସାମଗ୍ରୀ, ନମକିନ
-ଭୁଜିଆ, ସସ୍, ପାସ୍ତା, ଚକୋଲେଟ୍, କଫି
-ନୁଡଲ୍ସ, ଚକୋଲେଟ, କଫି, ଘିଅ, ଲହୁଣି
-ସିଲେଇ ମେସିନ ଓ ପାର୍ଟସ, ନ୍ୟାପକିନ୍
-କ୍ଲିନିକାଲ ଡାଇପର
-ଛୋଟ ପିଲାଙ୍କୁ କ୍ଷୀର ଖୁଆଇବା ବୋତଲ
-ଟ୍ରାକ୍ଟର, ଟ୍ରାକ୍ଟର ଟାୟାର ଓ ପାର୍ଟସ୍, ନିର୍ଦ୍ଦିଷ୍ଟ ଜୈବିକ ସାର
-ଚାଷ କାମରେ ଲାଗୁଥିବା ମେସିନ
-ଥର୍ମୋମିଟର, ମେଡିକାଲରେ ବ୍ୟବହୃତ ଅକ୍ସିଜେନ୍
-ଡାଇଗ୍ନୋଷ୍ଟିକ କିଟ୍, ଗ୍ଲୋକୋମିଟର
-ଜୀବନ ରକ୍ଷାକାରୀ ଔଷଧ