Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ କୋକସରା ବ୍ଲକ ର ଶିକ୍ଷକଏମ ଏନ ପଦ୍ମଲୋଚନ ସାହୁ ।

କଳାହାଣ୍ଡି:ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ କୋକସରା ବ୍ଲକ ଡେଙ୍ଗାଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଏମ.ଏନ ପଦ୍ମଲୋଚନ ସାହୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଥିବା ସୂଚନା ମିଳିଛି।ସେ ୨୦୧୮ ରେ ଶିକ୍ଷକ ଭାବେ କୋକସରା ଗୋଷ୍ଠି ଶିକ୍ଷା ବିଭାଗ ରେ ନିଯୁକ୍ତି ପାଇଥିଲେ।ଏହି ଖବର ମିଳିବା ପରେ ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରୀ ମହେଶ କୁମାର ଭାଟି ସମେତ ବିଆରସିସି ତୋଫାନ ମାଝୀ,ଦୟାନିଧି ପାଢ଼ୀ, ସିଆରସିସି ବୈକୁଣ୍ଠ ଜାଲ, ଏନପିଏସ ପ୍ରାଥମିକ ଶିକ୍ଷକ ସଂଘ ର ବରିଷ୍ଠ ଶିକ୍ଷକ ସଞ୍ଜୀବ କୁମାର ପାଢୀ, ଗଗନ ବିହାରୀ ପଟ୍ଟନାୟକ, ଈଶ୍ୱରୀ ପ୍ରସାଦ ଅଗସ୍ତି, ଚନ୍ଦ୍ର ମୋହନ ପୁଝାରି, ଦେବିସିଂ ମାଝୀ, ବେଣୁଧର ନାଏକ ଓ ଅନ୍ୟ କର୍ମକର୍ତ୍ତା ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଏମ.ଏନ ପଦ୍ମଲୋଚନ ସାହୁ ଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ